ଓଡିଶା

ଆଜି ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ଏହି ଦିବସକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ମଣିଷ ନିଜର ଜାଣତରେ ହେଉ କିମ୍ବା ଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। କେବଳ ସେତିକି ନୁହେଁ ପ୍ଲାଷ୍ଟିକର ବ୍ୟବହାର ପରିବେଷ ପ୍ରଦୂଷଣ ପାଇଁ ପ୍ରମୁଖ କାରଣ ହୋଇଛି ।

ପଲିଥିନ ଏବଂ ପ୍ଲାଷ୍ଟିକ ଲୋକଙ୍କ ଜୀବନର ଏକ ଅଂଶବିଶେଷ ପାଲଟିଛି। ରାସନ ସାମଗ୍ରୀ, ଫଳ, ପନିପରିବା ଏପରିକି ଔଷଧ ଏବଂ ଖାଇବା ପଦାର୍ଥ ଲାଗି ପଲିଥିନ ବ୍ୟବହାର କରୁଛନ୍ତି ଲୋକେ। ଆଉ ବ୍ୟବହାର ପରେ ତାହାକୁ ଏଣେତେଣେ ଫୋପାଡି ଦେଉଛନ୍ତି । ଯାହା ଦ୍ୱାରା ନାଳ, ନର୍ଦ୍ଦମାରେ ପ୍ଲାଷ୍ଟିକ, ପଲିଥିନ ପଡି ପଚିସଢି ନାଳପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି। ଏହାସହ ପରିବେଶ ମଧ୍ୟ ଦୂଷିତ ହେଉଛି। ପଲିଥିନର ବ୍ୟବହାର କିଛି ଦିନ ତଳେ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ପୁଣି ଆଗଭଳି ସମାନ ଅବସ୍ଥା । ପଲିଥିନର ଅତ୍ୟନ୍ତ ବ୍ୟବହାର କମ୍ କରିବାକୁ ହେଲେ ନିଜେ ସଚେତନ ରହିବା ଆବଶ୍ୟକ । ଆସନ୍ତୁ ମିଳିମିଶି ଶପଥ ନେବା ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ।

Related posts

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ

mahabharatanews

ଜଳୁଛି ରାଜ୍ୟ : ୨୧ଟି ସହରରେ ୪୦ଡିଗ୍ରୀ ପାର

mahabharatanews

ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ

mahabharatanews