ଓଡିଶାରାଜନୀତି

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବଡଧରଣର ପରିବର୍ତ୍ତନ ହୋଇଛି । ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଯେଉଁମାନେ ଦାୟିତ୍ୱରେ ରହି ଦଳ ପାଇଁ ଭଲ କାମ କରିଛନ୍ତି, ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କ ଉପରେ ପୁଣି ଆସ୍ଥା ଜତାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ପୁଣି ଆସ୍ଥା ଜତାଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ସେ ଟ୍ୱିଟ୍ କରି ଲେଖିଛନ୍ତି , ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ପୁନର୍ବାର ଆସ୍ଥା ଜତାଇବା ଓ ନୂତନ ଭାବେ ଗଠିତ ମନ୍ତ୍ରୀ ମଣ୍ଡଳରେ ମୋତେ ସ୍ଥାନ ଦେଇଥିବାରୁ ତାଙ୍କୁ ମୁଁ ସ ହୃଦୟ ଧନ୍ୟବାଦ ଜଣାଉଛି । ଧନ୍ୟବାଦ ଜଣାଇବା ସହ ଆହୁରି ମଧ୍ୟ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମୋ ଉପରେ ଥିବା ଆଶା ଓ ବିଶ୍ୱାସକୁ ଅତୁଟ ରଖିବା ପାଇଁ ମୁଁ ସଦା ସର୍ବଦା ଚେଷ୍ଟା କରିବି । ତା ସହ ଓଡିଶାବାସୀଙ୍କ ପାଇଁ ସେବା କରିବା ପାଇଁ ନୂତନ ଉଦ୍ୟମ କରିବେ ବୋଲି ଏମିତି କିଛି ଟ୍ୱିଟ୍ କରି ଲେଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

Related posts

ସ୍କୁଲ ସ୍ପୋର୍ଟସ ବେଳେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

mahabharatanews

ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

mahabharatanews

ଦ୍ଵିତୀୟ ଦିନରେ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ

mahabharatanews