ଓଡିଶା

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ 

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ  ଜଣେ ପର୍ୟ୍ୟଟକ ନିଖୋଜ । ପୁରୀ ବେଳାଭୂମିରେ ଥିବା ହୋଟେଲ କାମେଲିଆ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି। ନିଖୋଜ ପର୍ଯ୍ୟଟକଙ୍କ ନାଁ ହେଉଛି ଉଜଳା ଦାସ । ସେ ପଶ୍ଚିମ ବଙ୍ଗର ଉତ୍ତର ୨୪ ପ୍ରଗଣାର ଦୁର୍ଗା ନଗରର ବାସିନ୍ଦା । ଆଜି ସକାଳେ ସେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ସେପଟେ ନିଖୋଜ  ପର୍ଯ୍ୟଟକଙ୍କୁ ଉଧାର ପାଇଁ ଅଗ୍ନିସମ ବିଭାଗ ଓ ଲାଇଫ ଗାର୍ଡ ମାନେ ସନ୍ଧାନ ଜାରି ରଖିଛନ୍ତି । ପୁରୀ ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଅନେକ ପର୍ୟ୍ୟଟକଙ୍କର ଅକାଳରେ ଜୀବନ ଯାଉଛି । ବେଳାଭୂମିରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ୱେ କିଛି ପର୍ୟ୍ୟଟକ ଏହା ମାନୁ ନ ଥିବା ନଜିର ରହିଛି ।

Related posts

ବସିଲା ସର୍ବଦଳୀୟ ବୈଠକ: ନିମନ୍ତ୍ରଣ ସତ୍ବେ ଯୋଗ ଦେଲନି ନବୀନ ପଟ୍ଟନାୟକ, ଅନୁପସ୍ଥିତ ରହିଲା କଂଗ୍ରେସ

mahabharatanews

ଶପଥ ଗ୍ରହଣ କଲେ ଦୁଇ ନୂତନ ବିଚାରପତି

mahabharatanews

ଫ୍ୟାନରେ ଲୁଗା ଲଗାଇ ମହିଳାଙ୍କ ଆତ୍ମହତ୍ୟା

mahabharatanews