ଭାରତ

ମୁଖ୍ୟମନ୍ତ୍ରୀଙ୍କ ଭାଇ ଘରେ ସିବିଆଇ ଚଢ଼ାଉ

(ରାଜସ୍ଥାନ) : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ଭାଇ ଅଗ୍ରସେନ ଗେହଲେଟଙ୍କ ଘରେ ଆଜି କେନ୍ଦ୍ରୀୟ ତଦନ୍ତ ସଂସ୍ଥା(ସିବିଆଇ) ପକ୍ଷରୁ ରେଡ୍‌ କରାଯାଇଛି। ଜୋଧପୁରର ଅଗ୍ରସେନଙ୍କ ଘରେ ଏହି ରେଡ୍‌ ହୋଇଛି। ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ଜେରା କରାଯାଉଥିବା ବେଳେ ଏହାକୁ ଦେଶବ୍ୟାପି କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ଏହା ପରେ ଉପରୋକ୍ତ ମାମଲା ସାମ୍ନାକୁ ଆସିଛି।

ଅଗ୍ରସେନ ହେଉଛନ୍ତି ଜଣେ ସାର କମ୍ପାନୀର ମାଲିକ। ସାର ଦୁର୍ନୀତି ମାମଲାରେ ସିବିଆଇ ଆଜି ତାଙ୍କ ଘରେ ଚଢ଼ାଉ କରିଥିବା ବେଳେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଚଢ଼ାଉ କରିଥିଲା। ଅଗ୍ରସେନ ଗେହଲେଟ ସବସିଡ୍‌ ସ୍ୱୀକୃତ ସାର ଗୁଡ଼ିକୁ ରପ୍ତାନୀ କରିଥିବା ଅଭିଯୋଗ ହୋଇଛି। ୨୦୦୭ରୁ ୨୦୦୯ ମଧ୍ୟରେ କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ , ଭାରତୀୟ ଚାଷୀଙ୍କ ପାଇଁ ରିହାତି ଉର୍ଦ୍ଦିଷ୍ଟ ଥିବା ସାରକୁ ବିଦେଶକୁ ରପ୍ତାନୀ ହୋଇଛି। ଏହି ସାର କେବଳ ଗରିବ ଲୋକଙ୍କ ଲାଗି ବ୍ୟବସ୍ଥା ହୋଇଥିଲା। କିନ୍ତୁ ଅଗ୍ରସେନ ଗେହେଲେଟ ଏବଂ ତାଙ୍କ କମ୍ପାନୀ ଅନୁପମ କ୍ରିଷି ଏଥିରେ ଘୋଟାଲା କରି ଏହି ସାରକୁ ଅଧିକ ଦରରେ ବିଦେଶକୁ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ୨୦୨୦ରେ ଅଗ୍ରସେନ ଗେହେଲେଟଙ୍କୁ ଇଡି ଜେରା କରିଥିଲା।

 

Related posts

ସତସଙ୍ଗରେ ଦଳାଚକଟା, ୫୦ରୁ ଅଧିକ ମୃତ୍ୟୁ

mahabharatanews

ଏଣିକି ବର୍ଷକୁ ଦୁଇ ଥର ଖୋଲିବ ରାଷ୍ଟ୍ରପତି ଭବନ

mahabharatanews

୩୬ ଟଙ୍କା କମିଲା ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ

mahabharatanews