ମନୋରଞ୍ଜନ

ଫିଲ୍ମ ‘ସାଲାର’ରେ ନଜର ଆସିବେ ପ୍ରଭାସଙ୍କ ସହ ଶୃତି ହାସଲ

(ମୁମ୍ବାଇ) : ବାହୁବଳୀ ସୁପରଷ୍ଟାର ପ୍ରଭାସ ନିଜର ନିଆରା ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ । ତେବେ ପ୍ରଭାସଙ୍କର ଆଗାମୀ ଫିଲ୍ମ ‘ସାଲାର’କୁ ପ୍ରଶଂସକମାନେ ଖୁବ୍‌ ଅପେକ୍ଷା କରିଛନ୍ତି। ଏବେ ଏହି ଫିଲ୍ମ ସଂପର୍କିତ କିଛି ତଥ୍ୟ ଆସିଛି। ଯେଉଁଥିରେ ପ୍ରଭାସଙ୍କ ଅପୋଜିଟ୍‌ରେ ଅଭିନେତ୍ରୀ ଶୃତି ହାସଲ ଲିଡ୍‌ ରୋଲ୍‌ରେ ରହିବେ।

କେଜିଏଫ୍‌ ୨ ର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍‌ ଏହାର ନିର୍ଦ୍ଦେଶକ ଅଛନ୍ତି ଏବଂ ଏହି ସମୟରେ ଫିଲ୍ମଟିର ସୁଟିଂ ଜୋରସୋରରେ ଚାଲୁ ରହିଛି। ଏହି ଫିଲ୍ମରେ ପ୍ରଭାସ ଡବଲ ରୋଲ୍‌ରେ ନଜର ଆସିବେ। ଏଥିରୁ ସ୍ପଷ୍ଟ ଯେ ପ୍ରଭାସଙ୍କର ଫିଲ୍ମରେ ଗୋଟିଏ ନୁହେଁ , ଦୁଇଟି ଅଲଗା ଅଲଗା ରୋଲ୍ ରହିବ । ଏହା ପୂର୍ବରୁ ବି ପ୍ରଭାସ ଫିଲ୍ମ ‘ବାହୁବଳୀ’ରେ ଡବଲ ରୋଲ୍‌ କରିସାରିଛନ୍ତି ଏବଂ ଏବେ ପ୍ରଶଂସକ ଏହାକୁ ନେଇ ଖୁବ୍‌ ଏକ୍ସାଇଟେଡ୍‌ ଅଛନ୍ତି ।

ସୂଚନାନୁଯାୟୀ , ଫିଲ୍ମ ‘ସାଲାର’ ଏକ ଆକ୍ସନ-ଥ୍ରୀଲରର ଫିଲ୍ମ ହେବ , । ଶୃତି ପ୍ରଭାସଙ୍କର ପ୍ରେମିକା ରୁଚିଙ୍କର ରୋଲ୍‌ରେ ନଜର ଆସିବେ । ଫିଲ୍ମର ରିଲିଜ୍‌କୁ ନେଇ ଯାହା କୁହାଯାଉଛି , ୨୦୨୩ରେ ଏହା ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ।

Related posts

ହନି ସିଂଙ୍କୁ ଡେଟ୍ କରୁଛନ୍ତି ନୁଶରତ

mahabharatanews

୨୫ ବର୍ଷ ପରେ ପୁଣିଥରେ ନାୟକ ସାଜିବେ ଅନିଲ କପୁର

mahabharatanews

ଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା

mahabharatanews