ଓଡିଶା

ସଞ୍ଜ ସାଳିତାରୁ ଲାଗିଲା ନିଆଁ, ଜଳିଗଲେ ମହିଳା

ପୁରୀ : ସଞ୍ଜ ସାଳିତାରୁ ଲାଗିଲା ନିଆଁ। ଜଳିଗଲେ ମହିଳା।ଏଭଳି ଅଭାବନୀୟ ଘଟଣା ଘଟିଛି  ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ  ଗଣେଶ୍ବରପୁର ପଞ୍ଚାୟତର ଗଣେଶ୍ୱରପୁର ଗ୍ରାମରେ ।  ଗତକାଲି ସନ୍ଧ୍ୟାରେ ସଞ୍ଜ ଦେଉଥିଲାବେଳେ ସଞ୍ଜ ସଳିତାରୁ ଲାଗିଲା ନିଆଁ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ ପରିବାର। ପ୍ରଥମେ ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରେ  ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ ହେଲେ ମହିଳା। ମହିଳା ନାମ ବୁଲୁବୁଲୁ ମଲ୍ଲୀକ ବୟସ (୩୦)  ଜଣା ପଡିଛି।

ଶଶୁର ଘରେ ସନ୍ଧ୍ୟାରେ ବୁଲୁବୁଲୁ ସନ୍ଧ୍ୟା ଦେବା ସମୟରେ ସଞ୍ଜ ସାଳିତାରୁ ଲାଗି ଥିଲା ନିଆଁ।  ନିଆଁ ନିମିଶକ ମଧ୍ୟରେ ମହିଳାଙ୍କ ଶରୀର ଜଳି ଯାଇଥିବା ଦେଖି ପରିବାର ଲୋକମାନେ ୧୦୮ ଆମ୍ବୁଲାନ୍ସରେ  ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରିଥିଲେ । ତେବେ ମହିଳାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ କୁ ସ୍ଥାନାତରିତ କରିଥିଲେ।ତେବେ ମହିଳାଙ୍କ ଦେହରେ ସଞ୍ଜ ଦେବା ସମୟରେ ନିଆଁ ଲାଗିଥିଲା ନା ନିଆଁ ଲାଗିବା ପଛରେ ଅନ୍ୟ କିଛି କାରଣ ରହିଛି ତାହା  ଏବେ  ଅସ୍ପଷ୍ଟ ରହିଛି । ଖବର ପାଇ ଗୋପ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବାବେଳେ ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ l

Related posts

୧୫ରୁ ମାଟ୍ରିକ ଖାତା ଦେଖା 

mahabharatanews

ପିକନିକ୍ ହେଲା କାଳ: ପାଣିରେ ବୁଡି ୨ ଇଞ୍ଜିନିୟରିଂ ଛାତ୍ର ମୃତ

mahabharatanews

ଓଡିଶା ଆସିଛନ୍ତି ନିର୍ବାଚନ ଆୟୋଗଙ୍କ ଟିମ୍

mahabharatanews