ଭାରତ

ଅଙ୍ଗ ପ୍ରତିରୋପଣରେ ବିଳମ୍ବ କାରଣରୁ ମୃତ୍ୟୁ ; ହିରୋଇନ୍‌ ମୀନାଙ୍କ ସ୍ୱାମୀ ପରଲୋକ

ତାମିଲନାଡୁ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ମିନାଙ୍କ ସ୍ୱାମୀ ବିଦ୍ୟାସାଗର ଏକ ଘରୋଇ ଡାକ୍ତରଖାନାରେ ୯୫ରୁ ଅଧିକ ଦିନ ଧରି ଚିକିତ୍ସିତ ହେବା ପରେ ପ୍ରାଣ ହରାଇଛନ୍ତି । ଏବାବଦରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମଏ ସୁବ୍ରମଣ୍ୟମଙ୍କ ସୂଚନାନୁସାରେ ହସ୍ପିଟାଲରେ ହାର୍ଟ ଓ ଫୁସଫୁସ ପ୍ରତିରୋପଣ ପାଇଁ ସେ ଅପେକ୍ଷା କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ବିଦ୍ୟାସାଗରଙ୍କୁ ୪୮ ବର୍ଷ ବୟସ ହୋଇଥିବା ନେଇ ଜଣାଯାଇଛି । ଏକାଧିକ ଅଙ୍ଗ ଖରାପ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାଯାଇଛି ।

ତାଙ୍କ ଫୁସଫୁସରେ ସଂକ୍ରମଣ ଥିବା ନେଇ ଜଣାପଡ଼ିଥିଲା । ଏହି କାରଣରୁ ତାଙ୍କୁ କିଛି ଦିନ ଅକ୍ସିଜେନ ସପୋର୍ଟରେ ନିଜ ଘରେ ରଖାଯାଇଥିଲା । ଯେବେକି ଗତ ଫେବୃଆରୀ ମାସରେ ସେ କରୋନା ସଂକ୍ରମିତ ଥିବା ନେଇ ଚିହ୍ନଟ ହୋଇଥିଲେ । ମନ୍ତ୍ରୀଙ୍କ କହିବା ଅନୁଯାୟୀ ବିଦ୍ୟାସାଗର ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ସେ ତାଙ୍କୁ ଭେଟିଥିଲେ ଆଉ ତାଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ନେଇ ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ।

ବିଦ୍ୟାସାଗର ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବାବେଳେ ତାଙ୍କ ଦୁଇଟି ଅଙ୍ଗ ପ୍ରତିରୋପଣ କରିବା ନେଇ ସେ ୱେଟିଂ ଲିସ୍ଟରେ ଥିଲେ । ଜଣେ ଅଙ୍ଗଦାନ କାରୀଙ୍କୁ ଖୋଜିବା ଚେଷ୍ଟାରେ ରାଜ୍ୟ ସରକାର ଥିବାନେଇ ଜଣାଯାଇଛି । ଦେଶ ବ୍ୟାପି ଜଣେ ଅଙ୍ଗଦାନ କାରୀଙ୍କୁ ଖୋଜା ଚାଲିଥିଲା । ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ସଂସ୍ଥା ମାଧ୍ୟମରେ ଜଣେ ଅଙ୍ଗଦାନ କାରୀଙ୍କୁ ଖୋଜା ଜାରି ରହିଥିଲା ।

 

Related posts

ପୁଣି ୫୦ଟଙ୍କା ବଢିଲା ଗ୍ୟାସଦର

mahabharatanews

ଚନ୍ଦ୍ରରେ କମ୍ପନ, ଗତିବିଧି ରେକର୍ଡ

mahabharatanews

ଭକ୍ତ ଆହତ: ଅଯୋଧ୍ୟା ଅଭିମୁଖେ ସିଏମ୍ ଯୋଗୀ 

mahabharatanews