ଓଡିଶା

ମାଓ ନେତା ଏମକେସିଜି ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଇଏନଟି ବିଭାଗରେ ଭର୍ତ୍ତି

ବ୍ରହ୍ମପୁର : ବହୁଚର୍ଚ୍ଚିତ ମାଓ ନେତା ସବ୍ୟସାଚୀ ପଣ୍ଡା ଆଜି ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ଏଠାକାରର ଇଏନଟି ବିଭାଗରେ ଭର୍ତ୍ତି ହୋଇଥିବାର ସୂଚନା ମିଳିଛି। ତାଙ୍କ କାନ ପରଦାରେ କଣା ଥିବାରୁ ସବ୍ୟସାଚୀ ପଣ୍ଡାଙ୍କର ଅସ୍ତ୍ରୋପଚାର କରାଯିବ । ସେ ଗତ କିଛି ମାସ ହେବ କାନ ଓ ଦାନ୍ତ ଯନ୍ତ୍ରଣା ହେତୁ ଚିକିତ୍ସିତ ହେଉଥିଲେ । ଏନେଇ ଏମକେସିଜି ମେଡକାଲର ଅଧୀକ୍ଷକ ଡାକ୍ତର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।

୨୦୦୮ ମସିହା ନୟାଗଡ଼ ମାଓ ଆକ୍ରମଣ ମାମଲାରେ ପୁଣି ୨ଟି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ୨୦୧୪ ମସିହାରେ ନୟାଗଡ଼ ପୁଲିସ ଅସ୍ତ୍ରାଗାର ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ୟସାଚୀଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଥିଲା। ଏହାପରଠାରୁ ସେ ବ୍ରହ୍ମପୁର ସର୍କଲ ଜେଲରେ ରହୁଥିବା ଜଣାପଡିଛି ।
ସୂଚନାନୁସାରେ , ନୟାଗଡ଼ ପୁଲିସ ଅସ୍ତ୍ରାଗାର ଲୁଟ୍ ସହ ନୟାଗଡ଼ ପୁଲିସ ଟ୍ରେନିଂ ସ୍କୁଲ୍, ନୟାଗଡ଼, ଦଶପଲ୍ଲା, ନୂଆଗାଁ ଥାନା, ମହିପୁର ଫାଣ୍ଡିରେ ସଶସ୍ତ୍ର ୪୦୦ ମାଓବାଦୀ ତାଣ୍ଡବ ରଚିଥିଲେ। ଗୁଳି ଓ ଛୁରୀରେ ରକ୍ତର ହୋଲି ଖେଳିଥିଲେ। ଯେଉଁଥିରେ ୧୮ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। କିଛି ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଦଶପଲ୍ଲା ଥାନା ପୋଡ଼ି ସମେତ ଥାନା ଅଧିକାରୀଙ୍କ ସରକାରୀ ବାସଗୃହ ପୋଡ଼ି ମାମଲାର ଆଜି ଜିଲ୍ଲା କୋର୍ଟରେ ଶୁଣାଣି କରାଯାଇଥିଲା। ଏନେଇ ଦୁଇ ଅଭିଯୁକ୍ତ ମାଓ ନେତାଙ୍କୁ ଅପରାହ୍ନରେ ନୟାଗଡ଼ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କୁ ବ୍ରହ୍ମପୁର ଓ ଆଜାଦ୍ଙ୍କୁ ଝାରପଡ଼ା ଜେଲ୍ରୁ ଅଣାଯାଇଥିଲା। ତେବେ ପ୍ରମାଣ ଅଭାବରୁ ଏହି ଦୁଇ ମାମଲାରେ ସେମାନଙ୍କୁ ଜଜ୍ ନିର୍ଦ୍ଦୋଷରେ ଖଲାସ ହୋଇଥିବା କଥା ସବ୍ୟସାଚୀଙ୍କ ଓକିଲ ଅମୀୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related posts

କରୋନା ଗାଇଡଲାଇନକୁ ଫୁ: ଗୋଟିଏ ଦିନରେ ୧୭୦ କେଶ୍

mahabharatanews

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯିବ ଏୟାରଲିଫ୍ଟ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews