ଓଡିଶାରାଜନୀତି

ଚୁଡା,ମୁଢି ନେଇ ବିଧାନସଭାରେ ଉଠିଛି ଝଡ

ଭୁବନେଶ୍ୱର:ଚୁଡା,ମୁଢି ନେଇ ବିଧାନସଭାରେ ଉଠିଛି ଝଡ ।ଆଜିଠୁ ଚୁଡା ଚୁଡ଼ା, ମୁଢ଼ି ଓ ଖଇ ଖାଦ୍ୟ ଦ୍ରବ୍ୟକୁ GST ଅନ୍ତର୍ଭୁକ୍ତ କରାଯାଇଛି।ଫଳରେ ଏହାକୁ ନେଇ ବିଧାନସଭାରେ ସୃଷ୍ଟି ହୋଇଛି ଝଡ ।ଏହି ପ୍ରସଙ୍ଗ ନେଇ ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୃହରେ ହଟ୍ଟଗୋଳ ହେବାରୁ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି। ଯଦି କେନ୍ଦ୍ର ସରକାର ଏହା ଉପରେ GST ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଲାଗୁ କରିବେ ତେବେ ନିଜେ ରାଜ୍ୟ ସରକାର ଏହି କର ଭାର ବହନ କରନ୍ତୁ ବୋଲି ଦାବି କରିଛନ୍ତି ସୁର।ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି GST ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ।ଏହି GST କେବଳ ପ୍ୟାକେଟ୍ରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଆଦି ଉପରେ ଲାଗୁହେବ। ଯେଉଁ ଚୁଡ଼ା, ମୁଢ଼ି ବିନା ପ୍ୟାକେଟ୍ରେ ଖୋଲାରେ ବିକ୍ରି ହେଉଛି ତାହା GST ଅନ୍ତର୍ଭୁକ୍ତ ନୁହେଁ।କେବଳ ସେତିକି ନୁହେଁ ଏନେଇ ଅନେକ କଂଗ୍ରେସ ବିଧାୟକ ମଧ୍ୟ ସୁର ରାଉତରାୟଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

 

 

Related posts

ବଜେଟରେ ବଡ ଘୋଷଣା: ଭତ୍ତା ହେଲା ୩,୫୦୦

mahabharatanews

ଏଯାଏଁ ମିଳୁନି ଓମ୍ ଙ୍କ ପତ୍ତା,ବିତିଗଲାଣୀ ୪ଦିନ

mahabharatanews

ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିଛି

mahabharatanews