ଓଡିଶା

ଯାଇଥିଲେ ଦାଦନ ହୋଇ, ପେରିଲେ ଶବ ହୋଇ…

 ଦାଦନ ନେଇଗଲା ଜୀବନ । ସୁବାସ ସାହୁ ବୟସ 24 । ଗାଁ ବ୍ରହ୍ମଗିରି ବ୍ଲକର ଜଗଦଳ । ଅଭାବୀ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ରହ୍ମଗିରି ରୁ ଚେନ୍ନାଇ ଯାଇଥିଲେ। ସେଠାରେ S.V .ENGENEERING company ରେ ଫ୍ରାବ୍ରିକେଶନ ୱେଲ୍ଡର ହିସାବରେ କାମ କରୁଥିଲେ ଆଉ  ଦିନରାତି ମେହନତ କରି ଘର ଚଳାଇବା ଥିଲା ତାଙ୍କର ଦାୟିତ୍ୱବୋଧ।। ଏତେ ସାରା ପରିଶ୍ରମ ମଧ୍ୟରେ ସନ୍ଧ୍ୟା ରେ ଟିକେ ଘର ଲୋକଙ୍କ ସହିତ କଥା ହୋଇଗଲେ କୁଆଡୁ ତାଙ୍କୁ ଓ ତାଙ୍କ ପରିବାରକୁ ଟିକେ ଖୁସି ମିଳୁଥିଲା। ଅନେକ ସ୍ବପ୍ନ ଦେଖିଥିଲେ ସୁବାସ ଛୁଟିରେ ଗାଁ କୁ ଯିବେ ଆଉ ସାଙ୍ଗ ସାଥୀ ସହିତ ଭୋଜି କରିବେ । ପରିବାରର ସହିତ ମଜା କରିବେ ଓ ବନ୍ଧୁ ବାନ୍ଧବ ଘରକୁ ବୁଲିବାକୁ ଯିବେ କିନ୍ତୁ ସେ ସ୍ଵପ୍ନ ସବୁ ସ୍ୱପ୍ନରେ ରହିଗଲା। ଗତକାଲି ରାତିରେ ତାଙ୍କର ଫୋନ କଲ ଘର କୁ ଆସିନଥିଲା  କିନ୍ତୁ ଆସିଥିଲା ହୃଦୟ ବିଦାରକ ବାର୍ତ୍ତା କି ତାଙ୍କ ସୁନା ପୁଅ ସୁବାସ ଆଉ ନାହିଁ । ସିଏ କୁଆଡୁ ନିଆଁରେ ପୋଡ଼ି ଯାଇଛି ଆଉ ତାର ମୃତ୍ୟୁ ହୋଇଛି।। ମୃତ୍ୟୁ ଖବର ପାଇବା ପରେ ଗାଁ ,ଗଣ୍ଡା ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।।  କେମିତି ଘଟିଗଲା  ଅଘଟଣ । ନିଆଁ ଗ୍ୟାସ୍ ରୁ ଲାଗିଥିଲା କି ଆଉ କେହି ଲଗେଇ ଦେଇଛି ଏଭଳି ଅଘଟଣର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଯୋଗ ମଧ୍ୟ କରିଛନ୍ତି ପାରିବାର ଲୋକେ। ଆସନ୍ତାକାଲି  ପୁଅର ମର ଶରୀର ଚେନ୍ନାଇ ରୁ ବ୍ୟବଛେଦ ହୋଇ ଗାଁ ମାଟିକୁ ଫେରିବାର ବାଟକୁ ଅନେଇ ଆଖିରୁ ଲୁହ ଢ଼ାଲୁଛନ୍ତି।। ଏହି ଭଳି ଦାଦନ ଖଟିବା ଅନେକ ଲୋକଙ୍କ ଜୀବନ ଛଡେଇ ନେଉଛି । କେବେ ହେବ ଏଭଳି ଦାଦନ ସମସ୍ୟାର ସମାଧାନ ଓ ଲେକେ ପାଇବେ ନିଜ ଅଞ୍ଚଳରେ କାମ ଦେଖିବାକୁ ବାକି ରହିଲା ।

Related posts

ବହୁଚର୍ଚ୍ଚିତ ପ୍ରିୟଙ୍କା ହତ୍ୟା ମାମଲାରେ ରାୟ, ଆଜୀବନ କାରାଦଣ୍ଡ

mahabharatanews

ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

mahabharatanews

କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ

mahabharatanews