ଓଡିଶା

ରୁଚିକାଙ୍କୁ ନ୍ୟାୟ ଦାବିରେ ନବ ନିର୍ମାଣ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବ ନର୍ମାଣ ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡି଼ଶା ବନ୍ଦ ଡାକରା ଦିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଏହାକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ କରିଛି। ସଂଗଠନ ପକ୍ଷରୁ ବିଭିନ୍ନ ଛକ ଜାଗାମାନଙ୍କରେ ଟାୟାର ଜାଳି ପିକେଟିଂ କରାଯାଇଥିଲା। ଏହାଛଡା ରୁଚିକାଙ୍କ ନିଜ ଗାଁ ଆଠଗଡର କଖଡିରେ ମଧ୍ୟ ଆନ୍ଦୋଳନ କରାଯାଉଥିବା ଜଣାପଡିଛି। ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଉଥିବା ଜଣାପଡିଛି। ବନ୍ଦ ପାଳନ ଫଳରେ ଗାଡି ଚଳାଚଳ ବନ୍ଦ ରହିଛି। ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବାରୁ ବିଧାନସଭା ଓ ଲୋକସେବା ଭବନର ଯିବା ଆସିବା ରାସ୍ତାକୁ କଡା ସରୁକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେହିପରି ଭୁବନେଶ୍ୱରର ପ୍ରମୁଖ ଛକମାନଙ୍କରେ ଆପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରାଯାଇଥିବା ଜଣାପଡିଛି।

Related posts

ରେଙ୍ଗାଲି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଗଣଦୌଡ଼

mahabharatanews

ଅକ୍ଷୟ ତୃତୀୟା: ୧୭୫ କୋଟି ଟଙ୍କାର କିଣିନେଲେ ସୁନା  

mahabharatanews

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

mahabharatanews