ଭୁବନେଶ୍ୱର: ଆଇଏଲଏସ କାର୍ୟ୍ୟାଳୟରେ ଚାଲିଛି ଅଜୟଙ୍କ ଶେଷ ଦର୍ଶନ। ପରିବାର ଲୋକଙ୍କ ସହ ସହକର୍ମୀମାନେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି୍ ଜଣାଉଛନ୍ତି। ଭୁବନେଶ୍ବରରେ ମରଶରୀର ପହଞ୍ଚିବା ପରେ ପ୍ରଥମେ ଆଇଏଲଏସ କାର୍ୟ୍ୟାଳୟକୁ ନିଆଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଆଇଏଲସରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି। ଶେଷ ଦର୍ଶନ ପରେ ଯାଜପୁର ସ୍ଥିତ ନିଜ ଗାଁକୁ ଯିବ। ଗାଁ ଶ୍ମାଶନରେ ହେବ ଶେଷ କୃତ୍ୟ ହେବ ବୋଲି ଜଣାପଡିଛି। ତେବେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ। ଓ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଆସାମର ଗୌହ୍ୱାଟୀକୁ ଯାଇଥିଲେ। ସେଠାରେ ମଙ୍ଗଳବାର ଦିନ ହୃଦଘାତରେ ପରଲୋକ ଘଟିଥିଲା। ମହାମାରୀ କରୋନା ସମୟରେ ସ୍ୱର୍ଗତ ପରିଡା ଚର୍ଚ୍ଚାରେ ରହିଥିଲେ। ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ତାଙ୍କର ପରାମର୍ଶ ନେଉଥିଲେ। କରୋନାର ସ୍ଥିତି ଅବସ୍ଥିତି ପ୍ରଭାବ ସମ୍ପର୍କରେ ସବୁବେଳେ ତାଙ୍କର ପରାମର୍ଶ ନିଆଯାଉଥିଲା।
previous post