ଓଡିଶାଭାରତରାଜନୀତି

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପ୍ରଧାନ ବିଚାରପତି ଏନ.ଭି ରାମାନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମୟରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରୀ ପରିଷଦ ସଦସ୍ୟ, ବିଭିନ୍ନ ରାଜ୍ୟପାଳ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କୂଟନ ତିକ ମିଶନର ମୁଖ୍ୟ, ସଂସଦର ସଦସ୍ୟ ତଥା ମୁଖ୍ୟ ନାଗରିକ ତଥା ସାମରିକ ଅଧିକାରୀ ଏହି ସମାରୋହରେ ସରକାର ଯୋଗ ଦେଇଥିଲେ। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଶ୍ରୀମତୀ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି। ସ୍ୱାଧୀନତା ପରେ ଜନ୍ମ ହୋଇଥିବା ଏବଂ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ସର୍ବକନିଷ୍ଠ ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ହେବାରେ ମଧ୍ୟ ସେ ଦ୍ୱିତୀୟ ମହିଳା। ପ୍ରତିଭା ପାଟିଲଙ୍କ ପରେ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।

Related posts

୧୦ ବଖରା ଭସ୍ମିଭୂତ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews

ଆଳୁ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ଲୁଟ୍‌

mahabharatanews

ଏହି ୩ ବିଧାନସଭା ଆସନରେ ଉପନିର୍ବାଚନ, ଜୁଲାଇ ୩୦ରେ ମତଦାନ

mahabharatanews