ଓଡିଶାପାଣିପାଗ

ହୀରାକୁଦ ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଘାଇ ହୋଇ ଚାଷଜମି ଜଳମଗ୍ନ

ବିନିକା: ହୀରାକୁଦ ଡ୍ୟାମ୍ ପାଣି ପଶି ଶହ ଶହ ଏକର ଚାଷଜମି ଜଳମଗ୍ନ । ଏ ଦୃଶ୍ୟ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ। ରାମପୁର କେନାଲ ଡିଭିଜନ ଅଧୀନସ୍ଥ ବରଗଡ଼ କେନାଲ- ଭିମଟିକିରା ଡିଷ୍ଟିବୁଟେରିର ଭିମଟିକିରା ସଂସାମୁରା କେନାଲର ସାହାଜବାହାଲ ଗାଁ ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ଗତ ଜୁନ ୨୦ ତାରିଖରୁ ହୀରାକୁଦ ଡ୍ୟାମରୁ କେନାଲରେ ପାଣି ଛଡ଼ା ଯାଇଥିଲା।

କିନ୍ତୁ ଗୋଟିଏ ମାସ ଵିତିଥିଲେ ମଧ୍ୟ ଟେଲ ଅଞ୍ଚଳରୁ ପାଣି ପହଞ୍ଚି ପାରୁନଥିଵାରୁ ଚାଷକାର୍ଯ୍ୟ ଆଗେଇ ପାରୁନଥିବା ଚାଷୀ ଅଭିଯୋଗ କରୁଥିଲେ । ସଂସାମୁରା କେନାଲ ଟେଲକୁ ପହଞ୍ଚିଲା ବେଳକୁ କେନାଲରେ ଘାଇ ହୋଇଯିବାରୁ ପୁଣି ପାଣି ବନ୍ଦ ହୋଇଗଲା। କେନାଲରେ ଘାଇ ସୃଷ୍ଟି ହେବା ଯୋଗୁ ସାହାଜବାହାଲ ସମେତ ବିଭିନ୍ନ ଗ୍ରାମଗୁଡ଼ିକର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ କେତେ ଜମି ବାଲିଚର ହୋଇଯାଇଛି।

ଧାନ କ୍ଷେତରେ ପାଣି ପଶିବା ଯୋଗୁ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୮ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

Related posts

ସୂତାକଳ କାର୍ଯ୍ୟକ୍ଷମ ପାଇଁ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

mahabharatanews

ଆଜି ଧାମନଗରରେ କମ୍ପିବ ପ୍ରଚାର ମଇଦାନ, ନବୀନ ଧରିବେ ପ୍ରଚାର ମଙ୍ଗ

mahabharatanews

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

mahabharatanews