ଓଡିଶା

ଫ୍ଲୋରାଇଡ ପାଣି ବାହାରିବା ସ୍ଥାନରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦିଆଯିବ : ପଞ୍ଚାୟତିରାଜ ମନ୍ତ୍ରୀ

ବ୍ୟୁରୋ : କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ । ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ତେଣୁ ମନ୍ତ୍ରୀ କହିବେ କି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକ ଏହି ବର୍ଷ ଶେଷ ସୁଦ୍ଧା ସରିବା ପାଇଁ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମ । ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଯେଉଁ ଚୁକ୍ତି ହୋଇଛି, ୫ ବର୍ଷ ରକ୍ଷଣାବେକ୍ଷଣ କରିବେ । ପାଣି ପାଇପ ପାଇଁ ନଷ୍ଟ ହୋଇଥିବା ରାସ୍ତା କାମ ମଧ୍ୟ କରିବେ । ଯେଉଁଠାରେ ଫ୍ଲୋରାଇଡ ପାଣି ବାହାରୁଛି, ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାମକୁ ଅନୁଧ୍ୟାନ କରିବା ପାଇଁ ପଞ୍ଚାୟତର ସରପଞ୍ଚ ମାନଙ୍କୁ ସରକାର କ୍ଷମତା ଦେଇଛନ୍ତି । ଏହାକୁ ବିଧାୟକ ମାନେ ତଦାରଖ କରିବାର ଆବଶ୍ୟକତା ଅଛି ।

Related posts

୧୬ରେ ନବୀନଙ୍କ ରୋଡ଼ ସୋ

mahabharatanews

ସତ୍ୟବାଦୀ ମହୋତ୍ସବ ଉଦଘାଟିତ

mahabharatanews

ଦିଗପହଣ୍ଡିରେ ପହଞ୍ଚିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଦତ୍ତ ରିଲିଫ ସାମଗ୍ରୀ

mahabharatanews