Uncategorized

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଆସନ୍ତା ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ୭୮,୦୭୭ ଜଣ ଫର୍ମ ଫିଲପ କରିଥିଲେ। ରେଗୁଲାରରେ ୭୪,୫୧୧ ଜଣ, ଏକ୍ସ ରେଗୁଲାର ୩,୫୫୬ ଜଣ ରହିଥିଲେ। ୭୩, ୭୭୧ ଜଣ ପରୀକ୍ଷା ଦେଇଥିଲେ। ଏକ୍ସ ରେଗୁଲାରରେ ୨,୮୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ମୋଟା ମୋଟି ଭାବେ ୭୬ ହଜାର ୬୦୪ ଜଣ ପିଲା ପରୀକ୍ଷା ଦେଇଥିଲାବେଳେ ୭୨,୧୦୬ ଜଣ ପାସ କରିଥିଲେ। ୪୫,୫୮୭ ଜଣ ବାଳକ ପାସ କରିଥିଲା ବେଲେ ବାଳକଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି। ସେହିପରି ବାଳିକା କ୍ଷେତ୍ରରେ ୩୨, ୫୧୯ ଜଣ ପାସ କରିଛନ୍ତି, ପାସ ହାର ୯୪.୫୨ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୫୦,୧୫୭ ଜଣ ପାସ କରିଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୧୪,୯୩୨ ରହିଛନ୍ତି। ସେହିପରି ତୃତୀୟ ଶ୍ରେଣୀରେ ୬,୯୧୦ ଜଣ ରହିଛନ୍ତି। ୧୧୨୪ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଜଣାପଡିଛି।
ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ୨୩, ୭୨୬ ଜଣ ପରୀକ୍ଷା ଦେଇଥିଲେ । ୨୧,୧୬୫ ଜଣ ପାସ କରିଥିବାବେଳେ ପାସ ହାର ୮୯.୨୦ ପ୍ରତିଶତ ରହିଛି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ ପିଲା ପାସ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଜଣ, ତୃତୀୟ ଶ୍ରେଣୀରେ ୫୨୪୨ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବାଳକଙ୍କ ପାସ ହାର ୮୮.୩୨ ରହିଥିବାବେଳେ ବାଳିକାଙ୍କ ପାସ ହାର ୯୦.୭୧ ପ୍ରତିଶତ ରହିଛି। ୨୭୩ ଜଣ ବଙ୍କଳ ବାଳିକା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିପାସ କରିଛନ୍ତି। ୧୩୪ ସ୍କୁଲରେ ଶତ ପ୍ରତିଶତ ବାଳକ ବାଲିକା ପାସ କରିଛନ୍ତି।

Related posts

୨୦୨୫ ସୁଦ୍ଧା ଭାରତକୁ ମିଳିବ ଏସ-୪୦୦ ମିସାଇଲ

mahabharatanews

‘ଜାମିଆ ହିଂସାକୁ ନେଇ କିଛି କହିବା ଅପରିପକ୍ୱ ହେବ’: ରମେଶ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews