ଓଡିଶା

ଇ-ବସରେ ଭୁବନେଶ୍ବର ବୁଲିଲେ ମେୟର, କମିଶନର

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି ମୋ ଇ-ରାଇଡ ଓ ଇ-ବସ୍‌ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହାର ଶୁଭ ଉଦଘାଟନ କରିଥିଲେ । ତେବେ ଆସନ୍ତାକାଲି ଯାଏ ଯାତ୍ରୀଙ୍କୁ ମିଳିବ ମାଗଣା ସେବା । ଇ-ବସରେ ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ କର୍ପୋରଟର ଯାତ୍ରା କରୁଛନ୍ତି । ଇ-ବସ୍‌ରେ ବସି ଭୁବନେଶ୍ବର ବୁଲୁଛନ୍ତି ।

ଉଭୟ ଇ-ରାଇଡ ଓ ଇ-ବସ୍ ଶବ୍ଦ ଓ ବାୟୁ ପ୍ରଦୂଷଣମୁକ୍ତ ରହିଛି । ଇ-ବସରେ ୩୦ଟି ଆସନ ରହିଥିବାବେଳେ ଏସି ସୁବିଧା ସହିତ ମହିଳା ଯାତ୍ରୀଙ୍କ ଲାଗି ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷିତ ରହିଛି । ପ୍ରଥମ ପର୍ଯ୍ୟାୟରେ ସହରରେ ଗଡ଼ିଛି ୧୦ଟି ଇ-ବସ୍ ଓ ୫୦ଟି ଇ-ରାଇଡ । ଆଗାମୀ ଦିନରେ ୫୦ଟି ଇ-ବସ୍ ଚଳାଚଳ କରିବ । ଇ-ବସର ଟିକେଟ ମୂଲ୍ୟ ମୋ ବସର ଟିକେଟ ମୂଲ୍ୟ ସହ ସମାନ ରହିଛି । ଇ-ବସ୍ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ରହିଥିବାବେଳେ ମୋ ଇ-ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନର ଡ୍ରାଇଭର ଭାବେ ନିଯୁକ୍ତ ହୋଇଛନ୍ତି । ଏହାଦ୍ବାରା ୫୦୦ରୁ ଅଧିକ ରୋଜଗାର ସୃଷ୍ଟି ହେବ ।

Related posts

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews

ରାଜଧାନୀରେ ଡେଙ୍ଗୁ ଆତଙ୍କ :  ଖୋର୍ଦ୍ଧାରୁ ୯୬ ପଜିଟିଭ ଚିହ୍ନଟ

mahabharatanews

୨୯ ତାରିଖରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

mahabharatanews