ଓଡିଶା

ରାତି ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହେଲା ରାତିରେ ବୁଲୁଥିବା ହାତୀ ଶାବକ

ଭୁବନେଶ୍ୱର : ବର୍ତ୍ତାମାନ କିଛି ଦିନ ହେଲା ଗଜରାଜ ସଂକଟରେ ଥିବା ଖବର ଗଣମାଧ୍ୟମ ଜରିଆରେ ଆପଣମାନେ ଦେଖୁଛନ୍ତି । ବିଭିନ୍ନ ଜଙ୍ଗଲରେ ଦନ୍ତାହାତୀକୁ ଗୁଳି କରି ହତ୍ୟା କରୁଛନ୍ତି ଶିକାରୀ । ଦାନ୍ତ ଚୋରୀ କରିବା ଉଦ୍ୟସରେ ହାତୀ ହତ୍ୟା କରାଯାଉଛି । ଆଉ ଏତିକି ବେଳେ ଭରତପୁର ଅଭୟ୍ୟାରଣରୁ ଏକ ସୁନ୍ଦର ଦୃଶ୍ୟ ସାମ୍ନାକୁ ଆସିଛି । ମାଆ ହାତୀ ସହ ଛୁଆ ହାତୀ ବୁଲୁଥିବାର ଦୃଶ୍ୟ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ , କେମିତି ମାଆ ହାତୀ ସହ ବେଶ ଖୁସିରେ ଆଗକୁ ଯାଉଛି ଛୁଆ ହାତୀ ।

ଭରତପୁର ଅଭୟାରଣ୍ୟ ଭିତରେ ରାସ୍ତା ଉପରେ ବେଶ କିଛି ସମୟ ଧରି ଠିଆ ହୋଇଥିଲେ ମାଆ-ଛୁଆ । ଆଉ ପାଟ୍ରୋଲିଂରେ ଯାଇଥିବା ବନ କର୍ମଚାରୀ ଏହି ଦୃଶ୍ୟକୁ ଦେଖି ଏଇଠି ଅଟକି ଯାଇଥିଲେ । ପୁରା ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି । ଏହି ଦୃଶ୍ୟ ଝିଅବି ଦେଖୁଛି ସେ କହୁଛି ମା ଆଉ ଛୁଆ ସମ୍ପକର କଥା । ମଣିଷ ହେଉକି ପଶୁ ସମସ୍ତଙ୍କ ମଧ୍ୟରେ ସେହ୍ନ ଶ୍ରଦ୍ଧା ଥାଏ। ଆଉ ମା ଆଉ ଛୁଆଟିର ସମ୍ପର୍କ ତ ସବୁଠାରୁ ନିଆରା ଓ ସୁନ୍ଦର ହେଇଥାଏ । ଯାହାର ସୁନ୍ଦର ଦୃଶ୍ୟ ସଇସିଆଲ ମେଡିଆଳରେ ଖୁବ ଭାଇରାଲ ହେଉଛି ।

Related posts

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୯୬ କରୋନା ଆକ୍ରାନ୍ତ ଚିହ୍ନଟ୍ର

mahabharatanews

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

mahabharatanews

ବିଜାପୁରରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଯବାନ ଆହତ

mahabharatanews