ଭାରତମନୋରଞ୍ଜନ

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

ମୁମ୍ବାଇ : ବଲିଉଡ଼ ହଟ କପଲ୍ କୁ କିଏବା ନ ଜାଣେ । ଖାଲି ହଟ କପଲ୍ ନୁହେ ବରଂ ପର୍ଶୋନାଲିଟି ପାଇଁ ଖୁବ୍ ଜଣାଶୁଣା। ଏମିତିକି ତାଙ୍କ ଅଭିନୟ ପାଇଁ ଅନେକ ପ୍ରଶଂସା ପାଆନ୍ତି। ସେ ଏବେ ବର୍ତ୍ତମାନ ଦୁହେଁ ମିଶି ରାମ୍ପ ଶୋ କରିଛନ୍ତି। ଷ୍ଟେଜରେ ରଣବୀର ଏପରି କିଛି କରିଥିଲେ ଯେ ଭିଡିଓ ହେଉଛି ଭାଇରାଲ। ରଣବୀର ସିଂ ଦୀପିକା ପାଦୁକୋନଙ୍କ ସହ ମନୀଷ ମଲହୋତ୍ରା ମଧ୍ୟ ରାମ୍ପ ଚାଲିଛନ୍ତି।

ବଲିଉଡ ଅଭିନେତା ରଣବୀର ସିଂ ଆଜିକାଲି ତାଙ୍କର ନଗ୍ନ ଫଟୋସୁଟ ପାଇଁ ଚର୍ଚ୍ଚାରେ ଅଛନ୍ତି।ଗୋଟିଏ ପଟେ ସେ ତାଙ୍କ ପ୍ରଶଂସକ ଏବଂ ବଲିଉଡର ସମର୍ଥନ ପାଇଥିବା ବେଳେ ଅନ୍ୟ ପଟେ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି ଓ ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଛି।

ଏହି ସମୟରେ ରଣବୀର ସିଂ ନିଜ ପତ୍ନୀ ଦୀପିକା ପାଦୁକୋନଙ୍କ ସହ ମନୀଷ ମଲହୋତ୍ରାଙ୍କ ପାଇଁ ରେମ୍ପ ଚାଲିଥିଲେ। ରଣବୀର ମଞ୍ଚରେ ଏପରି କିଛି କରିଥିଲେ ଯାହା ପାଇଁ ପୁଣି ଥରେ ସେ ଆଲୋଚନାରେ ଆସିଛନ୍ତି ଏବଂ ତାଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ରଣବୀର ଏବଂ ଦୀପିକା ସେମାନଙ୍କ ଦେଶୀ ଅବତାରରେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିଲେ।

ଏକାସାଙ୍ଗରେ ଉଭୟଙ୍କୁ ଏକାଠି ଦେଖି ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଥିଲେ। ରଣବୀର ଯେଉଁଭଳି ଭାବରେ ଦୀପିକାଙ୍କ ହାତ ଧରିଥିଲେ ଏବଂ ଉଭୟଙ୍କ ମୁହଁରେ ଥିବା ଖୁସି, ପ୍ରଶଂସକମାନଙ୍କୁ ଖୁବ୍ ପସନ୍ଦ ଆସିଛି।ଶୋ’ରେ ରଣବୀର ସିଂଙ୍କ ମା’ ମଧ୍ୟ ଉପସ୍ଥିତ ଥିଲେ ଏବଂ ରଣବୀର ମଞ୍ଚକୁ ଆସିବା ପରେ ସେ ତାଙ୍କ ମା’ ପାଖକୁ ଯାଇ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

ରଣବୀର ସିଂଙ୍କ ମା’ଙ୍କ ପାଦ ଛୁଇଁବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ପ୍ରତିକ୍ରିୟା କରୁଛନ୍ତି। କେହି କେହି ରଣବୀରଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ କେହି କେହି ଏହାକୁ ଶୋ ଅଫ୍ ବୋଲି କହୁଛନ୍ତି। ରଣବୀର ସିଂଙ୍କ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ଆଗକୁ ତାଙ୍କର ଅନେକ ହିଟ୍ ଫିଲ୍ମ ଆସିବାର ଅଛି। ସେ ବାଜିରାଓ ମସ୍ତାନୀ ଠାରୁ ଆରମ୍ଭ କରି ଗଲି ବଏ ଏବଂ ପଦ୍ମାବତ ଠାରୁ ଆରମ୍ଭ କରି ସିମ୍ବା ପର୍ଯ୍ୟନ୍ତ ବେଷ୍ଟ ଫିଲ୍ମ ଦେଇଛନ୍ତି।

Related posts

 ପ୍ଲାଟଫର୍ମ ଉପରେ ଚଢିଗଲା ଟ୍ରେନ୍, ଜଣେ ଆହତ  

mahabharatanews

ଆଜି ‘One Nation  , One Election’ କମିଟିର ପ୍ରଥମ ବୈଠକ

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews