ଓଡିଶା

ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣେ ନିଖୋଜ ଯୁବକଙ୍କ ମୃତଦେହ

ସମ୍ବଲପୁର: ଗାଧୋଇବା ବେଳେ ଦୁଇ ଏମ୍.ସି.ଏଲ କର୍ମଚାରୀ ବୁଡିଯିବା ଘଟଣା । ମିଳିଲା ଆଉ ଜଣଙ୍କ ମୃତଦେହ । ଉଦ୍ଧାର ହୋଇଥିବା ମୃତ ଯୁବକ ହେଲେ ମହେଶ ଛିତୋରି । ଆଜି ସକାଳୁ ଅଭିଷେକ କୁମାରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଦୁଇଟି ଓଡ୍ରାଫ୍ ଓ ଦୁଇଟି ଦମକଳ ବାହୀନି ।ଗତକାଲି ବନ୍ଧୁତ୍ବ ଦିବସରେ ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟ ହୀରାକୁଦର ଜିରୋ ପଏଣ୍ଟରେ ଏମସିଏଲର ୩ କର୍ମଚାରୀ ବୁଡ଼ିଯାଇଥିଲେ । ଜଣେ ପହଁରି ପହଁରି କୂଳକୁ ଚାଲିଆସିଥିବା ବେଳେ, ୨ଜଣ ନିଖୋଜ ଥିଲେ ।

ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ବନ୍ଧୁତ୍ୱ ଦିବସରେ ଗତକାଲି ଭୋଜି କରି ଖାଇ ସାରିବା ପରେ ସମସ୍ତେ ଗାଧୋଇବାକୁ ଯାଇଥିଲେ ।ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ । ଜଣେ ସାଥି ପାଣିରେ ଭାସିଯିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲେ ହେଲେ ଅନ୍ୟ ଦୁଇ ଜଣ ମଧ୍ୟ ଭାସିଯାଇଥିଲେ । ସ୍ଥାନୀୟ ଲୋକେ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ହୋଇଯାଇଥିଲେ । ବହୁତ ଖୋଜା ଖୋଜି ପରେ ଆଜି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

Related posts

କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଛତ୍ରପୁର ଥାନାଧିକାରୀ ଦେବାଶିଷ ମହାନ୍ତି

mahabharatanews

ବାଲେଶ୍ୱର ପ୍ରଚାର ବେଳେ ସାଂସଦ ସେକିଲେ ରୁଟି

mahabharatanews

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews