ଓଡିଶା

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ନିକଟରେ ମଙ୍ଗଳବାର ରାତ୍ର ସମୟରେ ଏକ ପି  କପ ଭେନ ଗାଡି ନମ୍ବର୍ OD 18 P 8401 ଯୋଗେ ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଗାଡି ଟି ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ସ୍ଥିତ ବୁଲେଣି ଠାରେ ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥଲା ।

ଏହି ଦୁର୍ଘଟଣା ରେ ଗାଡି ଓଲଟି ଏକ ବିଲରେ ପଡ଼ିଥିବା ବେଳେ କୌଣସି ଧନ ଜୀବନ କ୍ଷୟ କ୍ଷତି ହୋଇନାହିଁ। ଯାହା ଅନୁମାନ କରାଯାଉଛି ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା କମ୍ପାନୀ ଠାରୁ ପ୍ରାୟ 50 ରୁ 60 ବସ୍ତା ଆଲୁମିନା ପାଉଡର ଚୋରା ଚାଲାଣ ହେଉଥିବା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚା ହେଉଛି । ନର୍ଲା ପୋଲିସ୍ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related posts

ଭୁବନେଶ୍ୱର ମହାନଗର ନିଗମର ମେୟର ଭାବେ ଶପଥ ନେଲେ ସୁଲୋଚନା

mahabharatanews

ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ

mahabharatanews

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews