ଓଡିଶା

ଜିଏସଟି କମିଶନରଙ୍କ ଘରୁ ଠାବ ହେଲା ୧୧ଟି ପ୍ଲଟ ଓ ୬ ଦାମୀ ଗାଡି

ଭୁବନେଶ୍ୱର: ବାଣିଜ୍ୟ କର ଓ ଜିଏସଟି କମିଶନର ପୀୟୂଷ ପାଣିଙ୍କ ଘରୁ ଭିଡିଲାନ୍ସ ବିଭାଗ ୧୧ଟି ପ୍ଲଟ ଓ ୬ଟି ଦାମୀ ଗାଡି ଠାବ କରାଯାଇଛି। ଶ୍ରୀ ପାଣିଙ୍କର ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୧୧ଟି ପ୍ଲଟ ରହିଛି। ରେଜିଷ୍ଟ୍ରେସନ ପଟ୍ଟା ଅନୁଯାୟୀ ୧୧ଟି ପ୍ଲଟର ମୂଲ୍ୟ ୩ କୋଟି ୭୦ ଲକ୍ଷ ଟଙ୍କା ରହିଛି। ମୂଲ୍ୟରେ ଅଣ୍ଡର ଭ୍ୟାଲୁ କରାଯାଇ ରେଜିଷ୍ଟ୍ରେସନ କରାଯାଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱର ଚକେଇସିହାଣିରେ ଗୋଟିଏ ୩ ମହଲା କୋଠା, ଗ୍ୟାରେଜ ସହ ଏକ ମହଲା କୋଠା। ଯାଜପୁର ଚୋର୍ଦ୍ଦାରେ ୩ଟି ତିନି ମହଲା କୋଠା, ଗୋଟିଏ ୧ ମହଲା କୋଠା ଠାବ କରାଯାଇଛି। ଭୁବନେଶ୍ୱର ଅନ୍ଧାରୁଆରେ ଆଉଟହାଉସ ସହ ଫାର୍ମହାଉସ ଠାବ କରାଯାଇଛି। ବ୍ୟାଙ୍କ ଜମା ଓ ବୀମାକୁ ମିଶାଇ ୫୩.୬୩ ଲକ୍ଷ ଟଙ୍କା ଜବତ କରାଯାଇଛି। ୩୮୭ ଗ୍ରାମର ସୁନା ଗହଣା ଜବତ କରାଯାଇଛି। ଏହାଛଡା ଜବତରେ ୬ଟି ଦାମୀ ଗାଡି ରହିଥିବା ଜଣାପଡିଛି। ଏଥିରେ ୧୧ ଲକ୍ଷର ସ୍କୋଡା ଆକ୍ଟାଭିଆ, ୧୫ ଲକ୍ଷର ଫୋକ୍ସୱାଗନ ଟାଇଗନ, ୮.୫ ଲକ୍ଷର ଫୋକ୍ସୱାଗନ ପୋଲୋ, ୯ ଲକ୍ଷର ସ୍କୋଡା ଫାବିୟା, ୧୦.୫ ଲକ୍ଷର ସ୍କୋଡା ସୁପର୍ବ, ୭.୨୫ ଲକ୍ଷର ସ୍କୋଡା ଆମିଓ କାର ପ୍ରମୁଖ ଭିଜିଲାନ୍ସ ବିଭାଗ ପକ୍ଷରୁ ଠାବ କରାଯାଉଛି। ସମ୍ପୃକ୍ତ ଚଢାଉରେ ୫ ଜଣ ଡିଏସପି ଓ ୧୧ ଜଣ ଇନସପେକ୍ଟର ସାମିଲ ହୋଇଥିଲେ।

Related posts

ନୟାଗଡ଼ ସଦର ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ।

mahabharatanews

ପୋଲିସ କବ୍ଜାରେ ଶିକାରୀ; ୧୬୫ଟି ବନ୍ଧୁକ ଜବତ

mahabharatanews

ବିଦ୍ୟୁତ ନେଲା ଭାଲୁର ଜୀବନ

mahabharatanews