ଦେଶ ବିଦେଶ

ଇଣ୍ଡୋନେସିଆ ଉପରାଷ୍ଟ୍ରପତିଙ୍କ ଇସ୍ତଫା, ଶିକ୍ଷାଗତ ଯୋଗ୍ୟତାକୁ ନେଇ ବଢ଼ିଥିଲା ବିବାଦ

ଇଣ୍ଡୋନେସିଆ ରାଜନୀତିରେ ବଡ଼ ହଲଚଲ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଗିବ୍ରାନ୍ ରାକାବୁମିଙ୍ଗ ରାକା। ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦେଶରେ ବିବାଦ ବଢ଼ିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଗିବ୍ରାନ୍।

Indonesian Vice President Gibran Rakabuming Raka resigns | Akashvani News

ସୂଚନା ଅନୁସାରେ, ଗିବ୍ରାନ୍ ୨୦୨୪ ମସିହାରେ ଉପରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ସମୟରେ ନିଜର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ କରିବାକୁ ଏକ ସାର୍ଟିଫିକେଟ୍ ଦାଖଲ କରିଥିଲେ। କିନ୍ତୁ ସେହି ସାର୍ଟିଫିକେଟ୍‌କୁ ନେଇ ଏବେ ପ୍ରଶ୍ନ ଉଠିଛି। ଇଣ୍ଡୋନେସିଆର ସର୍ବୋଚ୍ଚ ଅଦାଲତ ତାଙ୍କ ପାଖରେ ହାଇସ୍କୁଲ୍ ପାସ୍ କରିଥିବାର ଆବଶ୍ୟକ ପ୍ରମାଣ ନଥିବା କହିଛନ୍ତି।

Indonesia VP Gibran hands in his resignation to upper house | National/World | centraloregondaily.com

ଇଣ୍ଡୋନେସିଆର ନିୟମ ଅନୁସାରେ, ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ହେଲେ ଅତିକମ୍‌ରେ ଯୁକ୍ତ ଦୁଇ ବା ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ରହିବା ଆବଶ୍ୟକ। ଏହି ପ୍ରସଙ୍ଗକୁ ନେଇ ୧୦୦ରୁ ଅଧିକ ସାଂସଦ ଗିବ୍ରାନଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ସମର୍ଥନ କରିଥିଲେ।

Scepticism as Gibran Rakabuming Raka runs for Indonesia's vice presidency | Elections News | Al Jazeera

ଏହାପରେ ଗିବ୍ରାନ୍ ନିଜ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଦେବା ପାଇଁ ସୁଯୋଗ ମାଗିଥିଲେ। କିନ୍ତୁ ରାଜନୈତିକ ବିବାଦ ଆହୁରି ବଢ଼ିବାରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଗିବ୍ରାନ୍ ହେଉଛନ୍ତି ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ପୁଅ। ୨୦୨୪ ନିର୍ବାଚନରେ ସେ ବର୍ତ୍ତମାନର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ମିଶି ନିର୍ବାଚନ ଲଢ଼ିଥିଲେ। ଉଭୟଙ୍କ ମେଣ୍ଟ ବିଜୟୀ ହୋଇଥିଲା।

ତେବେ ଗିବ୍ରାନଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ପ୍ରବୋୱୋ ଓ ପୂର୍ବତନ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ଏବେ ଉପରାଷ୍ଟ୍ରପତି ପଦ ପାଇଁ ନୂଆ ନାମ ଚୟନ କରିବାକୁ ପଡ଼ିବ। ଇଣ୍ଡୋନେସିଆର ନିୟମ ଅନୁସାରେ, ରାଷ୍ଟ୍ରପତି ଦୁଇ ଜଣଙ୍କ ନାମ ପ୍ରସ୍ତାବ ଦେବେ ଏବଂ ସଂସଦ ୬୦ ଦିନ ମଧ୍ୟରେ ନୂଆ ଉପରାଷ୍ଟ୍ରପତି ବାଛିବ।

Related posts

ତେଲ ସଙ୍କଟରୁ ବଞ୍ଚିବା ପାଇଁ ଲକଡାଉନ୍ ଫଣ୍ଡା ଆଉପଣାଉଛି ପାକିସ୍ତାନ ।

mahabharatanews

NEET ପୁନଃପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଜବତ, ତଦନ୍ତରେ ପୋଲିସ

mahabharatanews

ପରୀକ୍ଷାର୍ଥୀଙ୍କୁ ମିଳିବ ନିଜ ରାଜ୍ୟରେ ସେଣ୍ଟର ସୁଯୋଗ

mahabharatanews