ଓଡିଶା

ଦୁଇ ଦିନଧରି ରାଜ୍ୟରେ ଲାଗି ରହିବ ବର୍ଷା

ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଜଣାପଡିଛି। ଫଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ରାଜ୍ୟରେ ପ୍ରବଳରୁ ମଧ୍ୟମ ଧରଣ ବର୍ଷା ଜାରି ରହିବ। ଏହାଛଡା ଳଘୁଚାପ ୧୪ ତାରିଖ ସୁଦ୍ଧା ଅବପାତର ରୂପ ନେବ। ଲଘୁଚାପ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଭଦ୍ରକ, ବାଲେଶ୍ୱର. ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି ଜିଲ୍ଲା ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳରେ ବି ପ୍ରବଳ ବର୍ଷା ହେବ। ଅବଶିଷ୍ଟ ୧୬ଟି ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ। ଆସନ୍ତାକାଲି ବର୍ଷାର ପରିମାଣ ଆଜି ଠାରୁ ଆହୁରି ଅଧିକ ରହିବ। ଆସନ୍ତାକାଲି ପଶ୍ଚିମ ଓଡି଼ଶା ଓ ଆଭ୍ୟନ୍ତରୀଣ ଓଡି଼ଶାର ୧୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ବଲାଙ୍ଗୀର, ବରଗଡ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ତେବେ ୧୫ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି। ଲଘୁଚାପ ପ୍ରଭାବରେ ଟ୍ୱିନ ସିଟି କଟକ ଭୁବନେଶ୍ୱରରେ ଦିନ ତମାମ ବର୍ଷା ଲାଗି ରହିବ। ପ୍ରବଳ ବର୍ଷା ଫଳରେ ଟ୍ୱିନ ସିଟିରେ ସହରୀ ବନ୍ୟା ହେବାର ଆଶଙ୍କା କରାଯାଉଛି। ଘଣ୍ଟାକୁ ୨ ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଉଭୟ ସହରରେ ଟ୍ରାଫିକ ସମସ୍ୟା ଓ ଯାତାୟତରେ ବାଧା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି। ଏହାଛଡା ଅନ୍ୟସମୟରେ ସାଧାଣରଣତଃ ବର୍ଷା ହେଲେ ଉଭୟ ସହରରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏହାଛଡା ବନ୍ୟା ଆଶଙ୍କାକୁ ଆଖି ଆଗରେ ରଖି ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି। ପୂର୍ବରୁ ୨୦ ଟି ଗେଟ ଖୋଲାଯାଇଥିଲା। ବର୍ତ୍ତମାନ ୨୪ଟି ଗେଟ ଦେଇ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଏହାଛଡା ବର୍ଷାର ପ୍ରଭାବରେ ମହାନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ନଦୀରେ ବନ୍ୟା ଆଶଙ୍କା କରାଯାଉଥିବା ଜଣାପଡିଛି।

Related posts

ସମ୍ବଲପୁର ଗସ୍ତ ରେ ରାଜ୍ୟପାଳ

mahabharatanews

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

mahabharatanews

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews