ଓଡିଶାଶିକ୍ଷା

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ମେଧା ତାଲିକା

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଅପରାହ୍ନ ୩ଟାରେ ସିଏଚଏସସି ପକ୍ଷରୁ ମେଧା ତାଲିକା ପ୍ରକାଶ ପାଇବା ପରେ କେଉଁ କଲେଜରେ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣିପାରିବେ । ଯେଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୯ ତାରିଖରୁ ୨୫ ତାରିଖ ମଧ୍ୟରେ ନିଜର ନାମ ଲେଖାଇ ପାରିବେ । ସଂପ୍ରତି ରାଜ୍ୟରେ ୨ ହଜାର ୬୫ କଲେଜ ରହିଛି । ଏ ସମସ୍ତ କଲେଜରେ ୫ ଲକ୍ଷ ୭ ହଜାର ୫୦୨ ସିଟ ରହିଛି । ଏଥିପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି । ତେବେ ନାମ ଲେଖା ନେଇ ସିଏଚଏସସି ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପ୍ରଥମେ ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା । ଏହା ପରେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇଥିଲା ।
ଚଳିତ ବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଦେଇଥିଲେ । ରେଗୁରାଲରେ ୧ ଲକ୍ଷ ୯୮ ହଜାର ୪୨୬, ଏକ୍ସ ୧୨ ହଜାର ୨୨୮ ଜଣ, କରେସପଣ୍ଡାଣ୍ଟ ରେ ୨ ହଜାର ୫୫୪ ଜଣ ଫର୍ମ ଫିଲପ କରିଥିଲେ । ଏଥି ମଧ୍ୟରୁ ୨ ଲକ୍ଷ ୧୩ ହଜାର ୪୦୬ ଜଣ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ କରିଥିଲେ । ୧୭୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ । ୨୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପିଲା ପାସ କରିଥିଲେ । ଯୁକ୍ତ ଦୁଇ କଳାରେ ୮୨.୧୦ ପ୍ରତିଶତ ଛାତ୍ର ଛାତ୍ରୀ କଳାରେ ପାସ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ପାସ ହାରରେ ସର୍ବାଧିକ ରହିଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ରହିଛି ।

Related posts

ଗାଁରେ ପଶିଲା ଚିଲିକାର ପାଣି

mahabharatanews

କରୋନା କଟକଣା ଭିତରେ ପାଳିତ ହେବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ

mahabharatanews

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

mahabharatanews