ଓଡିଶା

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମେଗା କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ମେଗା କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ପୁରୀ ସାକ୍ଷୀଗୋପାଳସ୍ଥିତ କ୍ରିଷ୍ଣା ଗାର୍ଡେନଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଅଶ୍ୱିନୀ ଧୂଙ୍ଗରା ଏବଂ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ମୁକୁନ୍ଦ କୁମାର କର୍ଣଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଗ୍ରାହକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥୁଲା ଯେଉଁଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଋଣ ଆବଶ୍ୟକତା ପୂରଣ କରିବା ପାଇଁ ସେଣ୍ଟ ନାରୀ ଶକ୍ତି ସମେତ ବିଭିନ୍ନ କୃଷି ଏବଂ ମହିଳା-କୈନ୍ଦ୍ରିକ ଆର୍ଥିକ ଉତ୍ପାଦ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୦୦ରୁ ଉର୍ଦ୍ଧ୍ବ ସମ୍ଭାବ୍ୟ ଗ୍ରାହକ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଉଲ୍ଲେଖନୀୟ ବ୍ୟବସାୟିକ ଫଳାଫଳ ହାସଲ କରିଥିବା ସହ ଏଥିରେ ୬୨ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେଫ୍ ଦାବୀ, ଉଦ୍ୟମ ପଞ୍ଜିକରଣ, ସିକେୱାଇସି ଓ ରିକେୱାଇସିର ଲାଭ ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଥିଲା।

Related posts

ଅମୀନ ରାଜକିଶୋରଙ୍କ ବିୟୋଗ

mahabharatanews

ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ ସୁଭଦ୍ରା’ ଟଙ୍କା

mahabharatanews

ଧୁମଧାମର ସହ ଚାଲିଛି ଚଇତି ପର୍ବ, ପରମ୍ପରାର ରଙ୍ଗରେ ରଙ୍ଗିନ କୋରାପୁଟ ମାଟି

mahabharatanews