ଓଡିଶା

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି

ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି । ହଠାତ୍‌ ଘୋଟିଆସିଲା କଳାହାଣ୍ଡିଆ  ମେଘ  ।  ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ । କେଇ ମିନିଟ୍‌ରେ କାଳବୈଶାଖୀ ଛାରଖାର କରିଦେଲା ଜନତା ମଇଦାନକୁ । କୁଆପଥର ବର୍ଷା ଯୋଗୁ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି।   ଅନ୍ତର୍ଜାତୀୟ ଟ୍ରେଡ଼୍‌ ଫେୟାର ପାଇଁ ଲାଗିଥିଲା ପୋଷ୍ଟର, ବଡ ବଡ ବ୍ୟାନର ଭାଙ୍ଗିପଡିଲା । ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ।  ପ୍ରବଳ ବର୍ଷା ଯୋଗୁଁ ଉପୁଜିଲା ଟ୍ରାଫିସ ସମସ୍ୟା, ଗମନାଗମନ ବ୍ୟାହତ ।  ଜୟଦେବ ବିହାରରେ ଗଛ ପଡି 4 ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଟ୍ରେଡ୍‌ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡିଲା। ପ୍ରାୟ ୨୫୦ଟି ଷ୍ଟଲ ବର୍ଷା ପବନରେ ମାଟିରେ ମିଶିଲା।

ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି  ।   ଏବେ ବି ଆକାଶରେ କଳାବାଦଲ ଛାଇ ହୋଇ ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଛି  । ଅନ୍ତର୍ଜାତୀୟସ୍ତରରୁ ଆସିଥିବା  ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ଷାଧିକ ଟଙ୍କାର  ସାମଗ୍ରୀ  ବର୍ଷା ପବନରେ ନଷ୍ଟ ହୋଇଥିବା ସୂଚନା । ଆଜି ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା ଭୁବନେଶ୍ବର ଗରମ । ଆଜିର ବର୍ଷା ଟିକେ ଆଶ୍ବସ୍ତି ଆଣିଛି ।

Related posts

ସମ୍ବଲପୁର ଓ ବଲାଙ୍ଗୀରରେ ପ୍ରତିଷ୍ଠା ହେବା ୨ ନୂଆ ଆଇଟିଆଇ

mahabharatanews

୨୫ ସୁଦ୍ଧା ବାତ୍ୟା ସମ୍ଭାବନା 

mahabharatanews

ଆଜିଠୁ ଆରମ୍ଭ +୨ ପରୀକ୍ଷା

mahabharatanews