ଓଡିଶା

ରାଜ୍ୟରେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି।  ଗତକାଲି ୨୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୪୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୮ ଜଣ ଅଛନ୍ତି। ସଂଗରୋଧ କେନ୍ଦ୍ରରୁ ୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୨୪୦୬୯ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ୫୫୩ ଜଣ ସୁସ୍ଥଙ୍କୁ ମିଶାଇ  ଏବେ ସୁଦ୍ଧା ୧୩୧୧୯୪୭ ଜଣ ସୁସ୍ଥ ହୋଇ ସାରିଛନ୍ତି । ‌ଏବେ ବି ସକ୍ରିୟ ଅଛନ୍ତି ୨୯୦୯ ଜଣ। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

Related posts

ପୋଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା ରେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍‌ ଜେରା କଲା ସିବିଆଇ

mahabharatanews

ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର

mahabharatanews

ଆଜି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews