ଅପରାଧଓଡିଶା

ବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାର

(ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ବଙ୍ଗୀୟ ମହିଳାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୧୫ ତାରିଖ ଦିନ ମହିଳା ଜଣକ ସ୍କୁଲ ଦେଇ ଯାଉଥିବା ବେଳେ ଜଣେ ଯୁବକ ପଛ ପଟୁ ଆସି ତାଙ୍କୁ ଛୁଇଁ ଦୌଡ଼ି ପଳାଇଥିଲା । ଘଟଣା ଟି ହଠାତ ଘଟିଥିବାରୁ ମହିଳା ଜଣଙ୍କ ଦୃବୃର୍ତ୍ତକୁ ଚିହ୍ନଟ କରିପାରି ନଥିଲେ । ତେବେ ଗତ ୧ ତାରିଖ ଦିନ ସକାଳ ୧୦ଟା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ ନିକଟରେ ଯାଉଥିବା ବେଳେ ଜଣେ ଦୃବୃର୍ତ୍ତ ସ୍କୃଟିରେ ମହିଳାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ମହିଳା ଜଣଙ୍କ ସର୍ତକ ହୋଇ ଯାଇଥିଲେ । ପରବର୍ତ୍ତି ମୂହୁର୍ତ୍ତରେ ଦୃବୃତ୍ତ ଜଣଙ୍କ ଆଉ ତିନି ଚାରି ଥର ସେଇ ବାଟ ଦେଇ ମହିଳା ସମ୍ମୁଖରେ ଯିବା ଆସିବା କରିଥିଲେ । ଏ ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀକ ସହିତ ଯାଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରିଥିଲେ ।

Related posts

ବିଦ୍ୟୁତ ଆଘାତରେ ଛାତ୍ର ମୃତ, କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews

ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାସ୍ତାକୁ ଓହ୍ଲାଇଲା ସାମ୍ବାଦିକ ସଂଘ

mahabharatanews