(ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ବଙ୍ଗୀୟ ମହିଳାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଗତ ନଭେମ୍ବର ୧୫ ତାରିଖ ଦିନ ମହିଳା ଜଣକ ସ୍କୁଲ ଦେଇ ଯାଉଥିବା ବେଳେ ଜଣେ ଯୁବକ ପଛ ପଟୁ ଆସି ତାଙ୍କୁ ଛୁଇଁ ଦୌଡ଼ି ପଳାଇଥିଲା । ଘଟଣା ଟି ହଠାତ ଘଟିଥିବାରୁ ମହିଳା ଜଣଙ୍କ ଦୃବୃର୍ତ୍ତକୁ ଚିହ୍ନଟ କରିପାରି ନଥିଲେ । ତେବେ ଗତ ୧ ତାରିଖ ଦିନ ସକାଳ ୧୦ଟା ସମୟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ ନିକଟରେ ଯାଉଥିବା ବେଳେ ଜଣେ ଦୃବୃର୍ତ୍ତ ସ୍କୃଟିରେ ମହିଳାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଫଳରେ ମହିଳା ଜଣଙ୍କ ସର୍ତକ ହୋଇ ଯାଇଥିଲେ । ପରବର୍ତ୍ତି ମୂହୁର୍ତ୍ତରେ ଦୃବୃତ୍ତ ଜଣଙ୍କ ଆଉ ତିନି ଚାରି ଥର ସେଇ ବାଟ ଦେଇ ମହିଳା ସମ୍ମୁଖରେ ଯିବା ଆସିବା କରିଥିଲେ । ଏ ପରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀକ ସହିତ ଯାଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗ କରିଥିଲେ ।
previous post
next post