ଓଡିଶାରାଜନୀତି

ବିଜେଡି ପକ୍ଷରୁ ମୂୟରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ

ଭୁବନେଶ୍ୱର: ବିଜେଡି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ବ୍ଲକ ସଭାପତି ଓ ନଗର ସଭାପତି ନିଯୁକ୍ତ କରାଯାଇଛି। ଏଥି ସହିତ ନିର୍ବାଚନମଣ୍ଡଳୀସ୍ତରରେ ମଧ୍ୟ ଉପସଭାପତି ଓ ସମ୍ପାଦକ ନିିଯୁକ୍ତ କରାଯାଇଛି। ଏନେଇ ବିଜେଡି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ନିର୍ବାଚନମଣ୍ଡଳୀର ଉପସଭାପତି ଭାବେ କୃଷ୍ଣଚନ୍ଦ୍ର ଦାସ, ବଡସାହି ନିର୍ବାଚନମଣ୍ଡଳୀ ଲାଗି ଗଣେଶ୍ୱର ପାତ୍ର, ବାଙ୍ଗିରିପୋଷି ଲାଗି ଅଜେନ କୁମାର ମୁର୍ମୁ, ମୋରଡା ଲାଗି ଆଦିତ୍ୟ ପଣ୍ଡା, ଉଦଳା ଲାଗି ଶ୍ରୀନାଥ ସୋରେନ, ବାରିପଦା ନିର୍ବାଚନଣ୍ଡଳୀର ସାଧାରଣ ସମ୍ପାଦକ ଭାବେ ଅନୀଲ ପୃଷ୍ଟି, ବଡସାହି ଲାଗି ବୃନ୍ଦାବନ ଦାସ, ବାଙ୍ଗିରିପୋଷି ଲାଗି ଦୁର୍ଗାଚରଣ ମାରାଣ୍ଡି, ମୋରଡା ଲାଗି କ୍ଷିତିଶ ଚନ୍ଦ୍ର ମହନ୍ତ, ଉଦଲା ଲାଗି ମନୋଜ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ବାରିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖୁଣ୍ଟା ବ୍ଲକ ସଭାପତି ଭାବେ ସିଦ୍ଧାର୍ଥ ସୋରେନ, ବାରିପଦା ଲାଗି ଦିଲୀପ ପାତ୍ର, ବାରିପଦା ମ୍ୟୁନିସପାଲିଟି ଲାଗି ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ବଡସାହି ବ୍ଲକ ଲାଗି ତପନ ପତି, ବେତନଟୀ ବ୍ଲକ ଲାଗି ସନ୍ତକ ଲେଙ୍କା, ବାଙ୍ଗିରିପୋଷି ବ୍ଲକ ଲାଗି ବୀରକିଶୋର ମହାନ୍ତି, କୁଲିଅଣା ବ୍ଲକ ଲାଗି ଶୁଭ୍ରାଂଶୁ ଶେଖର ଦେଓ, ଶ୍ୟାମାଖୁଣ୍ଟା ବ୍ଲକ ଲାଗି କନୱାର ସିଂ, ମୋରଡା ବ୍ଲକ ଲାଗି ଜୟପ୍ରକାଶ ରାଉଳ, ଶୁଳିଆପଡା ବ୍ଲକ ଲାଗି ଦିବ୍ୟଲୋଚନ ଦାଶ, ରାସଗୋବିନ୍ଦପୁର ବ୍ଲକ ଲାଗି ହରେକୃଷ୍ଣ ନାୟକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଉଦଳା ବ୍ଲକ ଲାଗି ଗୋବିନ୍ଦ ନାୟକ, କପ୍ତିପଦା ବ୍ଲକ ଲାଗି ସୁବାଷ ଚନ୍ଦ୍ର ସାଏ, ଜିବି ନଗର ବ୍ଲକ ଲାଗି ସତ୍ୟବାନ ଉପାଧ୍ୟାୟ, ଉଦଳା ବ୍ଲକ ଲାଗି ବନମାଳି ବେହେରାଙ୍କୁ ନିଯୁକ୍ତ କରାଯାଇଛି।

Related posts

ଅଜଣା ଜନ୍ତୁ ଆକ୍ରମଣ ଭୟରେ ଯାଜପୁର

mahabharatanews

 ଆଦିବାସୀ ଅଧ୍ୟୁଷିତ ଗାଁକୁ ପୋଷ୍ୟଭାବେ ଗ୍ରହଣ କଲେ ଗଜପତି ଏସପି

mahabharatanews

ଟୋପାଏ ପାଣି ପାଇଁ ଡ଼ହଳବିକଳ ବହଳପୁରବାସୀ

mahabharatanews