ଓଡିଶା

କରୋନା ସଂକ୍ରମଣରେ ରାଜ୍ୟର ସ୍ଥିତି

ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ସ୍ଥିତି ମଧ୍ୟ ସାଂଘାତିକ ହେଉଛି । ତଥାପି ରାଜ୍ୟ ସରକାର କହୁଛନ୍ତି ରାଜ୍ୟର ସ୍ଥିତି ଭଲ ରହିଛି । ନିକଟରେ ହସ୍ତଗତ ଏକ ରିପୋର୍ଟ ଦର୍ଶାଉଛି ସରକାରଙ୍କ ବୟାନ ବାଜିର ସତ୍ୟାସତ୍ୟ । ଦେଶରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଛି । ଗତକାଲିର ଏକ ରିପୋର୍ଟ ଅନୁଯାୟୀ, ଓଡିଶାରେ ସକ୍ରିୟ କରୋନା ମାମଲା କ୍ଷେତ୍ରରେ ୧୩ତମ ପ୍ରତିଶତ ରହିଛି । ଏହି କ୍ଷେତ୍ରରେ ଓଡିଶା ପଛରେ ରହିଛି ମଧ୍ୟପ୍ରଦେଶ, ଜମ୍ମୁ କାଶ୍ମୀର, ହରିଆଣା, ଆସାମ, ପଞ୍ଜାବ ରହିଛି । ସେହିପରି ଟେଷ୍ଟିଂ ମାମଲାରେ ରାଜ୍ୟର ସ୍ଥାନ ୧୭ ରହିଛି । ବିହାର, ଆସାମ, ମଧ୍ୟପ୍ରଦେଶ, କେରଳ ରାଜ୍ୟରେ ମାସିକ ଟେଷ୍ଟିଂ ରେଟ ଅଧିକ ରହିଛି । ସୁସ୍ଥତା ହାରରେ ରାଜ୍ୟର ସ୍ଥାନ ୧୬ ଥିବା ବେଳେ ଦିଲ୍ଲୀ ଏହି କ୍ଷେତ୍ରରେ ୮୮.୮% ହାସଲ କରିଛି । ତେବେ ମୃତ୍ୟୁ କ୍ଷେତ୍ରରେ ରାଜ୍ୟର ସ୍ଥାନ ୨୫ ରହିଛି ।
ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଛି। । ଆଜି ୧୦୬୮ଜଣ ଏମାନଙ୍କ ଭିତରୁ ୪୦୬ ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୬୬୨ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୮,୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୯୧୯ ରହିଛି।

Related posts

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2025 ପାଳିତ

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

୧୦ ଓ ୧୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

mahabharatanews