ଭୁବନେଶ୍ୱର : ଗଣେଷଙ୍କ ନା ଅନେକ । ସେ ବିଘ୍ନବିନାଶକାରୀ,ସେ ଗଜାନନ । ଯଦି ଗଣେଷ ବୋଲି କିଛି ନଥାନ୍ତା ,ତାହେଲେ ବିଦ୍ୱାନ ମାନଙ୍କର ଲୋପ ପାଇଯାଇଥାନ୍ତା । ଯାହାଙ୍କ ଜନ୍ମ ଚତୁର୍ଥୀ ତିଥିରେ । ଗଣେଷଙ୍କୁ ଯିଏ ଡାକିବ ତାଙ୍କୁ ଧର୍ମ,ଅର୍ଥ ,କାମ ଓ ମୋକ୍ଷ ସବୁ ମିଳିବ । ଏ ପ୍ରଭୁ ଧନ ଦେଇ ପାରିବେ, ବିଦ୍ୟା, ଘର ଠାରୁ ଆରମ୍ଭ ସବୁ ଦେଇପାରିବେ । ଗଣେଷଙ୍କୁ ପୂଜା ନକରି କିଛି କାର୍ଯ୍ୟ କରିହୁଏ ନାହିଁ । କିଛି କାର୍ଯ୍ୟ ଆମେ ଆରମ୍ଭ କରିବା ପୂର୍ବରୁ ,ପ୍ରଥମେ ବିଘ୍ନ ବିନାଶକୁ ପୂଜା କରିବାକୁ ପଡିଥାଏ । ଗଣେଷ ନମିଳିଲେ ନଡିଆ ପୂଜା କରାଯାଏ ,କାରଣ ଯେତେବେଳେ ଗଣେଷ ଓ ଶିବଙ୍କର ଲଢେଇ ହୁଏ ., ସେଥିରେ ପୁଅ ସବୁବେଳେ ଜିତିଥାନ୍ତି । ଯେମିତି ରାମଙ୍କ ସହିତ ଲବକୁଶ ଲଢେଇ କରି ଜିତିଥିଲେ । କିନ୍ତୁ ଶିବ ପରିବାରରେ ବାପା ପୁଅ ଲଢେଇ ହେଲା, ସେତେବେଳେ ପୁଅ ପ୍ରଥମେ ଜିତି ଯିବାରୁ ବାପା ରାଗିଯାଇ ପୁଅର ବେକ କାଟିଦେଇଥିଲେ ।
ଏହା ଶୁଣି ଧାଇଁ ଆସିଥିଲେ ପାର୍ବତୀ । ଦେବତାଙ୍କ ପାଖରେ କାନ୍ଦିବାକୁ ଲାଗିଥିଲେ, ଆଉ କହିଥିଲେ ହେ ଦେବାତାଗଣ ମୋ ପୁଅକୁ ବଚାଂଇବାକୁ ହିଁ ହେବ । କାରଣ ସେ ହେଉଛନ୍ତି ଜ୍ଞାନୀମୟୀଙ୍କ ପୁଅ, ଜ୍ଞାନ କେବେ ହିଁ ମରେନି । ମଣିଷ ମରିଯିବ ପଛେ ବିଦ୍ୟା ମରେନି । ଏଥିପାଇଁ ଗଣେଷଙ୍କୁ ବଚେଇବାକୁ ପଡିବ । ଏହାପରେ ଗଣେଷଙ୍କୁ ବଚେଂଇବାକୁ ଦେବାତାଙ୍କ ଭିତରେ ଚାଲିଥିଲା ବିଚାର । ଶେଷରେ ବାଟକିଳିଥିଲା । ହାତୀର ମସ୍ତକ ଛେଦନ କରାଯାଇ ଗଣେଷଙ୍କ ଶରୀରରେ ଯୋଡାଯାଇଥିଲା । ସେବେଠାରୁ ଗଜାନନ ନାମରେ ପରିଚିତ ହେଲେ ଗଣେଷ ।
ଶୁଣନ୍ତି କାହିଁକି ଗଣେଷ ନମିଳିଲେ ନଡିଆକୁ ପୂଜା କରାଯାଏ ।
ତେବେ ଯେଉଁ ନଡିଆ ପୂଜା କରାଯାଇଥାଏ, ତାକୁ ଖାଆନ୍ତି ନାହିଁ, କାରଣ ଯାହାଙ୍କୁ ପୂଜା କଲ ତାକୁ କେମିତି ଖାଇବ । ଏଥପାଇଁ ବାରଣ ରହିଛି, ଏହାସହିତ ଚତୁର୍ଥୀ ଦିନ ଚନ୍ଦ୍ରମା ଦେଖିବ ନାହିଁ । କାରଣ ଦିନେ ଶିବ -ପାବର୍ତୀ ବସିଥିଲେ, ଦୁଇ ପୁଅ ବି ତାଙ୍କ ସହିତ ଥିଲେ, ସେତେବେଳେ ବ୍ରହ୍ମାଆସି ପହଚିଂ ଯାଇଥିଲେ । ଆଉ ହାତରେ ଥିଲା ତାଙ୍କର ଗୋଟିଏ ଲଡୁ , ଶିବ-ପାବର୍ତୀଙ୍କୁ ଧରାଇ ଦେଇ ବ୍ରହ୍ମା କହିଲେ ପିଲାଙ୍କୁ ବାଟିଂକି ଦେଇଦିଅ । ଏହାପରେ ଶିବ-ପାର୍ବତୀ ଦୁହେଁ ଦୁହିଁଙ୍କୁ ଅନାଅନି ହୋଇ କହିଲେ ଗୋଟିଏ ଲଡୁ ଆଣି ଘର ଭିତରେ କଳି ପୁରାଉଛନ୍ତି । ଏହାପରେ ଗଣେଷ କହିଲେ ମୋତେ ଦିଅ କାର୍ତିକ ବି କହିଲେ ମୋତେ ଦିଅ, ବାପା ମାଆ ଭାଗିଦାରୀ ନହୋଇ ବ୍ରହ୍ମାଙ୍କୁ କହିଲେ ତମେ ଦିଅ । ସବୁ ଭାବିବା ପରେ କାର୍ତିକଙ୍କୁ ଦେଇଦେଲେ ବ୍ରହ୍ମା , ଏଥିରେ ଗଣେଷ ରାଗିଯାଇ କହିଲେ ହଉ ରୁହ , ତମକୁ ଦେଖିଦେବି । ପ୍ରତିଶୋଧ ନେବା ପାଇଁ ବ୍ୟାକୁଳ ଥାନ୍ତି ଗଣେଷ । ଯେମିତି ରାତି ହେଲା ଗଣେଷ ମୂଷାକୁ ପଠାଇ ବ୍ରହ୍ମାଙ୍କ ବେଦଠାରୁ ଆରମ୍ଭ କରି ପୋଷାକ କାଟିଦେଲେ । ଏସବୁ ଘଟଣା ସବୁକୁ ଚନ୍ଦ୍ର ଦେଖୁଥିଲେ । ସକାଳ ହେଲା ପରଠାରୁ ବ୍ରହ୍ମା ଦେଖିଥିଲେ, ତାଙ୍କ ବେଦ ଆଉ ଲୁଗା କିଛି ଅବସ୍ଥା ନାହିଁ । ଏହାପରେ ବ୍ରହ୍ମା କାନ୍ଦି କାନ୍ଦି କହିଲେ ମୁଁ ଏବେ କଣ କରିବି, ଠିକ ଏହି ସମୟରେ ଚନ୍ଦ୍ର ଆସି ପହଚିଂ ଯାଇଥିଲେ ,ଆଉ କହିଥିଲେ ଆପଣଙ୍କ ଘରକୁ ପଶିବାକୁ କାହାର ବା ସାହସ ହେବ, ୬ ଟି ଦ୍ୱାର ଖୋଲିଲା ପରେ ଆପଣଙ୍କୁ ଘରକୁ ଯିଏ ଯାଇ ପ୍ରବେଶ କରିପାରିବେ, କେହି ଏହା ଭିତରକୁ ପଶି ପାରିବେନି ଆଜ୍ଞା, ଯିଏ ମୂଷା ପଠାଇ ଏଭଳି କାମ କରିଛି ସେ ହେଉଛି ଶିବଙ୍କ ପଛ ପୁଅ ଯାହାକୁ ଆପଣ ବଚେଇଛନ୍ତି, ସେ ହେଉଛନ୍ତି ଗଣେଷ । ଆପଣ ଲଡୁ ଦେଇନଥିବାରୁ ଏମିତି ହୋଇଛି ।
୨ ଯେମିତି ଗଣେଷ ଏସବୁ ଜାଣିଲେ, ଚନ୍ଦ୍ରକୁ କହିଲେ ଚରିତ୍ର ହୀନ । କାରଣ ଯେଉଁ ଗୁରୁଙ୍କ ପାଖରେ ଶିକ୍ଷାଲାଭ କରୁଥିଲେ, ତାଙ୍କରି ପତ୍ନୀଙ୍କୁ ନେଇ ଚାଲିଯାଇଥିଲେ ଚନ୍ଦ୍ର । ତେଣୁ ଅଭିଶାପ ମିଳିଲା ପକ୍ଷେ ବଢିଲେ ପକ୍ଷେ ଛିଣ୍ଡିବୁ । ତେଣୁ ସବୁ ଗ୍ରହଙ୍କର ଦୋଷ ଅଛି, ଯାହା ଠାରୁ ବିଦ୍ୟା ଶିଖିବ ,ତାକୁ ବୁଲେଇକି ମାରିବ । ପକ୍ଷ ବଢାଇଲେ ଅଭିଶାପ ପାଇଲେ ଚନ୍ଦ୍ର । ଗଣେଷ କଲିଲେ ମୋ ବାପାଙ୍କ ମୁଣ୍ଡ ଉପରେ ଶୀତଳଟା ଢାଳୁଛି ତୁ, ଦୁତୀୟା ଚାନ୍ଦ ହୋଇ ରହିଛୁ ତୁ । ଆଜି ଠାରୁ ଆଜି ତିଥିରେ ଯେଉଁ ରାତିରେ ତୁ ଦେଖିଲୁ , ତୋ ମୁହଁ ଦେଖିବେନି କେହି । ତାପରେ ଚନ୍ଦ୍ର କାନ୍ଦି କହିଲେ ଭୁଲ ହୋଇଯାଇଛି ମୋର ଆଜ୍ଞା, ସବୁଦିନ ପାଇଁ ଏମିତି କରନ୍ତୁନି ,ଗୋଟିଏ ଦିନ ହିଁ କରନ୍ତୁ, ଏହାପରେ ଦେବତା ଗଣ କହିଲେ ଚଉଠି ରାତିରେ ଚନ୍ଦ୍ରକୁ ଯିଏ ଦେଖିବ ବା ଦର୍ଶନ କରିବ ,ସେହିଦିନ ତା ଉପରେ ସବୁ ଗ୍ରହ ଦୋଷ ପଡିଯିବ । ସବୁ ମନ୍ଦ ହେବ, ନଷ୍ଟଭ୍ରଷ୍ଟ ହୋଇଯିବ,ଏଥିପାଇଁ ଚତୁର୍ଥୀ ଚାନ୍ଦ କେହି ଦେଖନ୍ତି ନାହିଁ ତଳକୁ ମୁହଁ ପୋତି ଯିବେ ।
୨ ତେବେ ସବୁଦେବତା ଭିତରୁ ଶିବ ହେଉଛନ୍ତି ଅଲଗା, ସମସ୍ତେ ପିଇଲେ ଅମୃତ ଶିବ ପିଇଲେ ବିଷ । ସବୁ ଦେବାଦେବୀ ପରିବାର ଅଛି କିନ୍ତୁ ଶିବଙ୍କର କିଛି ନଥିଲା, ଯେଉଁ ମନ୍ଦିରରେ ପୂଜା ପାଇବେ ଉଲ୍ଲଗ୍ନ ହୋଇ ପୂଜା ପାଇବେ,ନିମ୍ମ ପୂଜା । ଯେଉଁ ମନ୍ଦିରରେ ପୂଜା ପାଆନ୍ତି, ସେହି ବେଢାରେ ଦୁଇଟା ପୁଅ ସ୍ତ୍ରୀ ରହିଛନ୍ତି, ଡାହାଣ ବେଢାରେ ଗଣେଷ ,ପଛ ବେଢାରେ କାର୍ତିକ , ବାମ ପଟେ ସ୍ତ୍ରୀ । ସବୁଠି ପୁରୁଷ ନାରୀଙ୍କୁ ଜଗେ, ଏଠି କିନ୍ତୁ ନାରୀ ପୁରୁଷଙ୍କୁ ଜଗିଛନ୍ତି । ଶିବ କହିଛନ୍ତି ମୁଁ ଉଲ୍ଲଗ୍ନ ବୋଲି ମୋତେ ତମେ ମାନେ ଖରାପ ଭାବିବ ନାହିଁ, କାହିଁକି ଉଲ୍ଲଗ୍ନ ଜାଣିଛ ତ, ଯେଉଁଠାରୁ ମଣିଷ ସୃଷ୍ଟି ହୋଇଛନ୍ତି , ମୁଁ ସେହି ଜାଗାଟିକୁ ଉଲ୍ଲଗ୍ନ ହୋଇଯାଇଛି । ତେଣୁ ତୁ ଯାହାକୁ ଘୋଇଡାଇ ଦେଇଛୁ .ତୋ ନା ହେଉଛି ଜୀବ । ମୁଁ ଏଇଟା ଖୋଲିଦେଇଛି ବୋଲି ମୋ ନା ଶିବ, ଏବଂ ମୁଁ ଖୋଲା ଦେବତା । ପୂଜା କର, ବ୍ରହ୍ମଚାର୍ଯ୍ୟ ପାଳନ କର ,ପୁରୁଷାର୍ଥ ରକ୍ଷାକର, ଶିବ ହମ୍ ଶିବ ହମ୍ , ସତ୍ୟମ ଶିବମ ସୁନ୍ଦରମ୍ । ତେବେ ରାମଙ୍କ ପରେ ଲବ-କୁଶଙ୍କ ମନ୍ଦିର ନାହିଁ ,କିନ୍ତୁ ଏହି ଗୋଟିଏ ଦେବତାର ପୁଅଙ୍କ ମନ୍ଦିର ରହିଛି ,କିନ୍ତୁ ଶିବଙ୍କ ପରିବାରରେ ସମସ୍ତ ପୂଜା ପାଉଛନ୍ତି । ସେ ନିଜ ପାଇଁ କିଛି କରନ୍ତି ନାହିଁ ଅନ୍ୟଙ୍କ ପାଇଁ କରିଥାନ୍ତି । ଗଣେଷ ବି ନିଜ ପାଇଁ କିଛି କରିନାହାନ୍ତି, ସେ
ହେଉଛନ୍ତି ବାସହୀନ, ସେମିତି ଶିବଙ୍କ ଘର ନାହିଁ କି ତାଙ୍କ ବାହନ ମାନଙ୍କ ଘର ନାହିଁ । ଶିବ ମଶାଣି ଜଗନ୍ତି,ପରେ ଯାଇ ଶଶୂର ଘର ହିମାଳୟରେ ରହିଲେ ଶିବ,ଗୋଟିଏ କୈଳାସ ଥିବାରୁ ସ୍ତ୍ରୀଙ୍କୁ କହି କୈଳାସରେ ରହିଲେ, । ଶିବଙ୍କ ବାହାନ ବୃଷଭଙ୍କର ବି ଗୁହାଳ ନାହିଁ । ତେଣୁ ଶିବଙ୍କ ପରିବାର ପର ଉପକାରୀ । ତେବେ ଗଣେଷଙ୍କ ପାଖରେ ରହୁଥିବା ମୂଷା ହେଉଛି ଯମ । ଯିଏ ମୃତ୍ୟୁର ଦେବତା । ଯ ରୁ ଜନ୍ମ ମ ରୁ ମରଣ । ଯାହାକୁ ଜନ୍ମ ମରଣର ତତ୍ୱ ଜଣା ,ସେ ହେଉଛନ୍ତି ଯମ । ଦିନେ ଯମ ଚିତ୍ର ଗୁପ୍ତ ଧରି ଯାନରେ ଯାଉଥିଲେ । କୈଳାସ ବାଟ ଦେଇ ଯିବା ସମୟରେ ଗଣେଷ ଦେଖି ଚିତ୍ରଗୁପ୍ତଙ୍କୁ ପଚାରିଥିଲେ ଯମ । ଆରେ ଚିତ୍ରଗୁପ୍ତ ଏଠି କଣ ଗଣେଷ ପିଲାଟା ଛିଡା ହୋଇଛି । ଏହାପରେ ଚିତ୍ରଗୁପ୍ତ କହିଲେ, ଇଉ ହେଉଛନ୍ତି ଶିବଙ୍କର ସାନପୁଅ ଗଣେଷ । ଯିଏ ମା ପାବର୍ତୀଙ୍କ ମଇଳାରୁ ଜନ୍ମ ି । ଯମ କହିଲେ ଓ ଆଛା ଆଛା ଇଚ୍ଛାଶକ୍ତି ବଳୟରେ ଜନ୍ମନେଇଛନ୍ତି । ତେଣୁ ଯାହାଙ୍କର ଯାହା ଇଚ୍ଛା ଅଛି କହିଦେଲେ, ତାଙ୍କ କାନରେ କହିଦେଲେ ସବୁ ଇଚ୍ଛା ପୂରଣ ହୋଇଯିବ । ତାପରେ ଯମରାଜ କହିଥିଲେ, ଏ ପିଲାଙ୍କୁ ନେଇଗଲେ ଭଲ ହୁଅନ୍ତାନି । ସଙ୍ଗେ ସଙ୍ଗେ ଯମରାଜ ତାଙ୍କ ଫାଶକୁ ବୁଲାଇ ବୁଲାଇ ତଳକୁ ପକାଇଦେଲେ ବାଜିଲା ଯାଇ ଗଣେଷଙ୍କ ଦେହରେ । ଶୁଣ୍ଢ ଯେମିତି ଦୋହଲି ଗଲା ଯମରାଜ କହିଲେ ଏ ହେଉଛି ମାଆ ର ଛୁଆ । ଗଣେଷ ବି ଯମଙ୍କ ଉପରକୁ ଫାଶ ପକାଇ ତଳକୁ ଟାଣିଆଣିଲେ ଆଉ ଦୁଇ ଗୋଡ ଯମରାଜଙ୍କ ଉପରେ ରଖିଦେଇ କହିଲେ ମୂଷିକ ଭବ । ସେହିଦିନ ଯମରାଜ ମୂଷା ହୋଇ ଗଣେଷଙ୍କ ପାଦତଳେ ପୂଜା ପାଉଛନ୍ତି । ତେଣୁ ମୂଷାକୁ ଯିଏ ପୂଜା କରିବ,ସେ ଅସମୟରେ ମୃତ୍ୟୁବରଣ କରିବ ନାହିଁ ।
୩ଗଣେଷଙ୍କ ଭଙ୍ଗା ଦାନ୍ତ କାହିଁକି । କାରଣ ତେବେ ମାତା ପାର୍ବତୀ ଏବଂ ଶିବଙ୍କ ମଧ୍ୟରେ କଥାବାର୍ତା ଚାଲିଥିଲା । ଦ୍ୱାରା ଜଗଥିଲେ ଗଣେଷ । ସେହିସମୟରେ ଆସି ପହଚିଂଥିଲେ ପର୍ଶୁରାମ । ଆଉ ଦ୍ୱାର ଛାଡିବାକୁ କହିଥିଲେ, କିନ୍ତୁ ଦ୍ୱାରା କଦାପି ଛାଡିଲେ ନାହିଁ ଗଜାନନ । ଏଥିରେ ରାଗିଯାଇ ପର୍ଶୂୁ ଉଠାଇଲେ ସେତେବେଳେ ଗଣେଷ ତାଙ୍କ ଦାନ୍ତ ଦେଖାଇଦେଇôତଲେ । ସେବେଟାରୁ ଗଜାନନଙ୍କ ଗୋଟିଏ ଦାନ୍ତ ଭଙ୍ଗା ଆଉ ଗୋଟିଏ ସିଧା । ଏହାପରେ ଭିତରକୁ ପ୍ରବେଶ କଲେ , କହିଲେ ପ୍ରଭୁ ଦ୍ୱାରପାଳ ସିଷ୍ଟାଚର ଶିଖିନାହିଁ । ପର୍ଶୁ କହିଲେ ମୁଁ ତାର ଦାନ୍ତ କାଟି ଦେଇ ଆସିଛି । ପାର୍ବତୀ ଗୋଡ ତଳେ ପଡିଗଲେ କହିଲେ ଏ ପ୍ରଭୁ ଏ କଣ କଲେ । ମୋ ପୁଅର । ପର୍ଶୁରାମ କହିଲେ ସେ,ଆପଣଙ୍କ ପୁଅ, ମୋତେ କ୍ଷମା କରିଦିଅମାତା, ମୁଁ ଜାଣିପାରିଲି ନାହିଁ । ପର୍ଶୁରାମ ସଙ୍ଗେ ସଙ୍ଗେ ଗଣେଷଙ୍କ ପାଖକୁ ଆସି କହିଲେ କ୍ଷମା କର ମୋତେ । ଆଜିଠାରୁ ଏ ଭଙ୍ଗା ଦାନ୍ତ ରହିଲା । କେଉଁଠି ଭଙ୍ଗା,ଲଗ୍ନ ମୂର୍ତି ପୂଜା ପାଆନ୍ତି ନାହିଁ, କିନ୍ତୁ ତୁ ପୂଜା ପାଇବୁପ୍ରଥମେ, ମୁଁ ବି ପୂଜା କରିବି ପୃଥିବୀ ବାସୀବି ପୂଜା କରିବେ । ସବୁଠାରୁ ବଡ କଥା ତୋ ବାପା ମାଆଙ୍କ ବିବାହରେ ବି ତୋତେ ପ୍ରଥମେ ପୂଜା କରାଯିବ ବୋଲି କହିଥିଲେ ପର୍ଶୂରାମ । ସେବେଠାରୁ ଗଣେଷଙ୍କୁ ଭଙ୍ଗା ଦାନ୍ତରେ ପୂଜା କରାଯାଉଛି ।
।