ଓଡିଶା

ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିଛି

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):- ଶିକ୍ଷା କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକରିଛି କିସ୍ । ଅନ୍ତର୍ଜାତୀୟ ସ୍ତରରେ ରହିଛି କିସ୍ ନାମ । ଏହାର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କୁ କିଏ ବା ନଜାଣିଛି । ଜନଜାତିଙ୍କୁ ଶିକ୍ଷାର ବାଟ ଦେଖାଇଛନ୍ତି ସେ । ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ଜାତିସଂଘ ପକ୍ଷରୁ କିସ୍‌ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ମିଳିଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନେଇ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସନାଲ ଲିଟେରାସି ପୁରସ୍କାର-୨୦୨୨ । ଏହି ଅନ୍ତଜାର୍ତୀୟ ଶିକ୍ଷାପୁରସ୍କାର ପାଇବାରେ କିସ୍‌ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ପଞ୍ଚମ ଅନୁଷ୍ଠାନ ଓ ତୃତୀୟ ଏନ୍‌ଜିଓ। ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ।

ଆଜି ଆଫିକ୍ରାର ଆଇଭୋରୀ କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ହୋଇଛି ପୁରସ୍କାର ବିତରଣ ଉତ୍ସବ। ପୁରସ୍କାର ବାବଦରେ କିସ୍‌କୁ ୨୦ ହଜାର ଆମେରିକୀୟ ଡଲାର, ମେଡାଲ୍‌ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଛି । ସେପଟେ ଟ୍ଵିଟରରେ ୧ ନଂରେ ଟ୍ରେଣ୍ଡ କଲା KISS । #KISSwinsUNESCOLiteracyPrize ନାଁରେ ଦିନ ତମାମ ଟ୍ରେଣ୍ଡ କରିଛି । ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସରେ ଜାତିସଂଘ ପକ୍ଷରୁ କିସ୍‌କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର ପ୍ରଦାନ କରାଯିବ ।ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ। ଡ. ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ।

Related posts

ଜମି ବିବାଦରୁ ପୁଅକୁ ହତ୍ୟା କଲା ସୈତାନ ବାପା

mahabharatanews

୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ  ଟ୍ୱିନ ସିଟିବାସୀ 

mahabharatanews

ସରକାରଙ୍କ ନୂଆ ଗାଇଡଲାଇନ୍, ନିଲାମ ବନ୍ଦ କରି ଆରମ୍ଭ ହେବ ଇ-ଲଟେରୀ ବ୍ୟବସ୍ଥା

mahabharatanews