ଓଡିଶାଵାଣିଜ୍ୟ

ସରିଲା ପୁଞ୍ଜିପତିଙ୍କ ସମ୍ମିଳନୀ

ମେକ ଇନ ଓଡି଼ଶା କନକ୍ଲେଭ ଲାଗି ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ: ରାଜ୍ୟରେ ଅଧିକରୁ ଅଧିକ ପଞ୍ଜିନିବେଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତ କରିଥିଲେ। ବୁଧବାର ମୁମ୍ବାଇରେ ପୁଞ୍ଜିପତି ଓ ଶିଳ୍ପପତିଙ୍କ ସହ ମୁହାଁମୁହିଁ ଆଲୋଚନା କରିଥିଲେ। ରାଜ୍ୟରେ ଆର୍ଥିକ ବିକାଶ ଓ ବ୍ୟାପକ ନିଯୁକ୍ତି ଲାଗି ଶିଳ୍ପପତି ଓ ପୁଞ୍ଜିପତିଙ୍କୁ ବୁଝାଇଥିଲେ। ଗତକାଲି ଦୀର୍ଘ ଅଢେଇ ଘଣ୍ଟା ଧରି ଶିଳ୍ପଜଗତ, ବ୍ୟାକିଂ ବାଣିଜ୍ୟିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପୂର୍ବାହ୍ନରେ ଆଲୋଚନା କରିସାରିବା ପରେ ଅପରାହ୍ନ ଅର୍ଥାତ ସନ୍ଧ୍ୟାରେ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ସମ୍ବୋଧନ କରିଥିଲେ। ରାଜ୍ୟରେ ପୁଞ୍ଜିନିବେଶ ଲାଗି ନଭେମ୍ବରରେ ହେବାକୁ ଥିବା ମେକ ଇନ ଓଡି଼ଶା କନକ୍ଲେଭକୁ ନିମନ୍ତ୍ରଣ କରିଥିଲେ।

ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ଲାଗି ୨୦୧୬ ଓ ୨୦୧୮ରେ ଭୁବନେଶ୍ୱରରେ ମେକ ଇନ ଓଡି଼ଶା କନକ୍ଲେଭର ଆୟୋଜନ କରାଯାଇଥିଲା। ତେବେ କରୋନା ମହାମାରୀ କାରଣରୁ ୨୦୨୦ରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇପାରିନଥିଲା। ତେବେ ଚଳିତ ବର୍ଷ ନଭେମ୍ବର ମାସରେ ମେକ ଇନ ଓଡି଼ଶା କନକ୍ଲେଭ ଅନୁଷ୍ଠିତ ହେବାକୁ ଯାଉଛି। ଓଡି଼ଶାରେ ପ୍ରାକୃତିକ ସମ୍ପଦ ଭରପୁର ରହିଥିବାବେଳେ ଦକ୍ଷ ମାନବ ସମ୍ବଳ ମଧ୍ୟ ରହିଛି। ଶିଳ୍ପପତି ଓ ପୁଞ୍ଜିପତିଙ୍କ ଯୋଗଦାନ ଏହାକୁ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ରାଜ୍ୟରେ ସ୍ଥାୟୀ ସରକାର ଓ ପ୍ରଗତିଶୀଳ ନୀତି ଯୋଗୁଁ ରାଜ୍ୟ ଆଗଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୟୁନିକ ଇକୋ ସିଷ୍ଟମ ଓଡି଼ଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଓଡି଼ଶା ଏବେ ଆଚିଭର ଷ୍ଟେଟର ମାନ୍ୟତା ପାଇଛି।

ଇଜ ଅଫ ଡୁଇଂ ବିଜିନେସ ରେଟିଂରେ ଓଡି଼ଶା ଆଗରେ ରହିଛି। ଓଡି଼ଶା ସାରା ଦେଶରେ ପୁଞ୍ଜିପତିଙ୍କ ଲାଗି ଡେଷ୍ଟିନେସନ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। ଏହାଛଡା ମୁଖ୍ୟମନ୍ତ୍ରୀ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ମୁଖ୍ୟ ଏସ ଏସ ମୁଦ୍ରାଙ୍କ ସହିତ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିଥିଲେ। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଥିବା ବେଲକୁ ମୁଖ୍ୟମନ୍ତ୍ରୀ ବଜାଇଥିଲେ। ଦଲାଲ ଷ୍ଟ୍ରିଟରେ ଥିବା ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ନବୀନଙ୍କର ଏହା ପ୍ରଥମ ଗସ୍ତ। ଓପନିଂ ବେଲ ରିଂ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Related posts

ବିଶ୍ୱ ମୃତ୍ତିକା ଦିବସ ପାଳିତ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୧୪୭୦ ନୂଆ କରୋନାରେ ସଂକ୍ରମିତ

mahabharatanews

ଓଡ଼ିଶା ଆନ୍ଧ୍ର ସୀମାନ୍ତ ସାଲୁର ଘାଟି ଚଢ଼ୁଥିବା ବେଳେ ଜଳିଗଲା ଓଏସ୍‌ଆରଟିସି ବସ୍

mahabharatanews