ଓଡିଶା

ବୋଟରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର,

ଭଦ୍ରକ (ସଞ୍ଜୟ ବାରିକ):-ଚାନ୍ଦବାଲି ଧାମରା ଅବଦୁଲ କଲାମ ଦ୍ୱୀପନିକଟରେ ଜଳିଗଲା ବୋଟ୍  l  ନିକଟରେ ମାଛ ଧରୁଥିବା ବେଳେ ଫିସିଙ୍ଗ ବୋଟରେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର, ମେରାଇନ ପୋଲିସ ଦ୍ୱରା 10ଧିବାର ଉଦ୍ଧାର l ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଛି l ମା ପଦ୍ମାବତୀ ନାମକ ଏକ ଟ୍ରଲରରେ 10ଜଣ ଧିବାର ମାଛ ଧରୁଥିବା ବେଳେ ଟ୍ରଲଟିରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲର ସମୁଦ୍ରରେ ବୁଡି ଯାଇଛି l ନିକଟରେ ଥିବା ଅନ୍ୟ ଟ୍ରଲର ଧିବାର ମନେ ମା ପଦ୍ମାବତୀ ଟ୍ରଲର 10ଜଣ ଧିବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି l

ଧାମରା ଦୋଷୀଙ୍ଗା ପଂଚାୟତର ଟ୍ରଲର ମଳିକ ସମରେଶ ପରିଡାଙ୍କ ଟ୍ରଲର ମା ପଦ୍ମାବତୀ ରେ 10ଜଣ ଧିବାର ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିଲେ l ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲଟି ଜଳିବାକୁ ଲାଗିଥିଲା, ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧିବାର ମନେ ନିଜ ଜୀବନ ବଞ୍ଚାଇବା ପାଇଁ ସେପ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦ୍ର କୁ ଭାସିଥିଲେ. ନିକଟରେ ଥିବା ଅନ୍ୟ ଟ୍ରଲରେ ଧିବାର ମନେ ସେମାନଙ୍କୁ ଉଦ୍ଧାର କରିଛନ୍ତି l

Related posts

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews

ଜିଲ୍ଲାସ୍ତରୀୟ ୯୧ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

mahabharatanews

ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ

mahabharatanews