ଓଡିଶା

ଇଣ୍ଡୋନେସିଆ: ବନ୍ୟାରେ ୨୧ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆର ବିଭିନ୍ନ ସ୍ଥାନରେ ହୋଇଥିବା ବନ୍ୟାରେ ଅନ୍ୟୁନ ୨୧ ଜଣ ଲୋକ ମୃତ୍ୟୁବରଣ କରିଥିବା ଗୁରୁବାର ଦିନ ସେଠାକାର ସରକାର ସୂଚନା ଦେଇଛନ୍ତି । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସ୍ୱାଥେସ ଓ ଏହାର ଆଖପାଖ ସହରରେ ବର୍ଷା ହେବାରୁ ସେସବୁ ସ୍ଥାନ ପାଣିରେ ବୁଡି ରହିଛି । ସେହି ସବୁ ସ୍ଥାନରୁ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନରେ ଆଶ୍ରୟ ଦିଆଯାଇଛି ।

ସହରର ଘର, ଗାଡି ମୋଟର ପାଣିରେ ବୁଡି ରହିଛି । ବନ୍ୟା ପରିସ୍ଥିତି ଏପରି ଭୟଙ୍କର ହୋଇଛି କି, ଜାକର୍ତ୍ତାର ଘରୋଇ ବିମାନବନ୍ଦରକୁ ମଧ୍ୟ ବନ୍ଦ କରି ଦିଆଯାଇଛି, ଯେଉଁଠାରେ ୨୦ହଜାର ଯାତ୍ରୀ ଅପେକ୍ଷାରତ ଅଛନ୍ତି । ୨୦୧୩ ପରଠାରୁ ଚଳିତ ବନ୍ୟା ସର୍ବାଧିକ କ୍ଷତି ଘଟାଇଛି । ବୁଧବାର ବନ୍ୟା ଜଳ ଜାକର୍ତ୍ତା ଜିଲ୍ଲାର ବିଭିନ୍ନ ସହର ମଧ୍ୟକୁ ପଶିଯିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ କାଟି ଦିଆଯାଇଥିଲା । ଅନେକ ସ୍ଥାନରେ ବର୍ଷାରେ ଭୂସ୍ଖଳନ ମଧ୍ୟ ହୋଇଥିଲା ।

Related posts

ମାଓପ୍ରବଣ ସୁକମା ଜିଲ୍ଲାର ଏସ୍ପି ହେଲେ ୪ ବର୍ଷ ଶିଶୁକନ୍ୟା

mahabharatanews

୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

mahabharatanews

ଆସନ୍ତାକାଲିଠୁ ପୁଣି ବର୍ଷା;  ୱାର୍ଣ୍ଣିଂ ଜାରି

mahabharatanews