ଭାରତମନୋରଞ୍ଜନ

କ୍ରିକେଟ ଧାୱନ ଏବେ ସିନେମାରେ

ରିପୋଟର୍ସ ଟୁଡେ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାୱନ ତାଙ୍କ କ୍ୟାରିୟର ନୂଆ ରୂପରେ ନେବାକୁ ଯାଉଛନ୍ତି । ବର୍ତ୍ତମାନ ସେ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ସହ ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ଏବଂ ସିନାକ୍ଷୀ ସିହ୍ନାଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟିର ନାମ ରହିଛି ଡବଲ ଏକ୍ସଏଲ । ଏହାକୁ ହୁମା ପୋଷ୍ଟ କରିଛନ୍ତି ଇନଷ୍ଟାଗ୍ରାମରେ ।

ଧାୱନ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ପୋଷ୍ଟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ରିଲ ତିଅରି କରିବାରେ ଖୁବ ଆଗ୍ରହୀ ମଧ୍ୟ । ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟରାମ ରାମଣି । ଏହି ଚଳଚ୍ଚିତ୍ରଟି ଅଧିକ ଓଜନ ମହିଳାଙ୍କ ବିଷୟରେ ଆଧାରିତ। ଏଥିରେ ମୁଖ୍ୟ ଅଭିନେତା ଭାବରେ ଶିଖର ଧାୱନଙ୍କୁ ଦେଖିବାକୁ ମିଳିବ ନାହିଁ। ବରଂ ଚଳଚ୍ଚିତ୍ରରେ ତାଙ୍କର ଏକ କ୍ୟାମିଓ ରୋଲ୍ରେ ନଜର ଆସିବେ। ଏହା ୧୪ ଅକ୍ଟୋବରରେ ରିଲିଜ୍ ହେବ।

Related posts

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଆମୀରଙ୍କ ଭଣଜା

mahabharatanews

 ଷ୍ଟିଲ୍‌ ପ୍ଲାଣ୍ଟ୍‌’ରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଆଜିଠୁ ଆରମ୍ଭ ସଂସଦର ବଜେଟ ଅଧିବେଶନ 

mahabharatanews