ଓଡିଶା

୪ ଟା ୫୬ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ

ଗୋପ/ ଜୟନ୍ତ ସେଠୀ :ସୂର୍ଯ୍ୟ ପରାଗକୁ ନେଇ ସ୍ଥିର ହେଲା ନୀତି ନିର୍ଘଣ୍ଟ । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗରରେ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ଚୁଡାନ୍ତ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀକାନ୍ତି ପ୍ରସ୍ତୁତ କରାଯାଇଛି । ୨୫ ତାରିଖ ଭୋର ୪ଟା ୫୬ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନିତୀ ନିଷେଧ ହୋଇ ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସର୍ବ ମୋକ୍ଷ ହେବ। ତେବେ ୨୪ ତାରିଖ ମଧ୍ୟ ରାତ୍ରି ୧୨ଟା ୧୦ ମିନିଟରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନିତୀ କରାଯାଇ ମଙ୍ଗଳଆଳତୀ, ମଇଲମ, ଅବକାଶ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହେବା ସହ ରାଧା ଦାମୋଦର ବେଶ, ଗୋପାଳ ବଲ୍ଳଭ, ସକାଳ ଧୂପ ତଥା ବାଳଧୁପ ନିତୀ କରାଯିବ। ଏହାପରେ ଅମାବାସ୍ୟା ଦିନ ଶ୍ରୀ ନାରାୟଣ ସାଗର ବିଜେ ନିତିୀ କରିବା ସହ ଭୋର ୪ଟା ୫୫ ମିନିଟ ସୁଦ୍ଧା ଭୋଗ ମଣ୍ଡପ ନିତୀ ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୁର୍ୟ୍ୟ ପରାଗ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ। ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହ ମହା ପ୍ରସାଦ ମଧ୍ୟ ପାଈ ପାରିବେ। ତେବେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ମହାସ୍ନାନ, ଗ୍ରହଣ ବେଶ , ଗ୍ରହଣ ଭୋଗ ସମେତ ଅନେକ ନିତିକାନ୍ତି ଅନୁଷ୍ଠିତ ହେଇଥାଏ। ତେବେ ମହାପ୍ରଭୁଙ୍କୁ ଛାଡି ଅନ୍ୟ ଦେବଦେବୀଙ୍କ ଦେବ ନୀତି ଗ୍ରହଣ ମୋକ୍ଷ ପରେ ଅନୁଷ୍ଠିତ ହେଇଥାଏ।

Related posts

ବିଶିଷ୍ଟ ଲେଖକ, ସ୍ତମ୍ଭକାର ଅଭୟ ସିଂଙ୍କ ପରଲୋକ

mahabharatanews

ଧାନ ମଣ୍ଡି ଉଦ୍ଘାଟିତ

mahabharatanews

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

mahabharatanews