ଓଡିଶା

ସଚେତନତା ରଥ ଶୁଭାରମ୍ଭ

ସୁବର୍ଣ୍ଣପୁର : ରାଜ୍ୟ ବାହାରକୁ କାମଧନ୍ଦା ନିମନ୍ତେ ଯାଉଥିବା ପ୍ରବାସୀ ଶ୍ରମିକ ଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ଆଞ୍ଚଳିକ ଶ୍ରମ ଆୟୁକ୍ତ ସୁବର୍ଣ୍ଣପୁରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ସଚେତନତା ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ । ସେ ଏହି ପରିପ୍ରେକ୍ଷୀ ରେ ଜିଲ୍ଲାରୁ ସ୍ଥାନାନ୍ତର ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ଥାନାନ୍ତର ପୂର୍ବରୁ ସେମାନଙ୍କ ନିରାପଦ ସ୍ଥାନାନ୍ତର ସହ ଶ୍ରମିକ ମାନଙ୍କ ନିମନ୍ତେ ଥିବା ସୁବିଧା ସୁଯୋଗ ଓ ଅଧିକାର ଉପରେ ଆବଶ୍ୟକ ତଥ୍ୟ କୁ ହାସଲ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

ଏହି ସଚେତନତା ରଥ ୧୧ ତାରିଖ ଠାରୁ ସାତ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ପଞ୍ଚାୟତ ସହ ତରଭା ଓ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରି ଜନସାଧାରଣ , ପ୍ରବାସୀ ଶ୍ରମିକ ଙ୍କୁ ସଚେତନତା ର ବାର୍ତ୍ତା ପ୍ରଦାନ କରିବ ।  ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ସହକାରୀ ଶ୍ରମ ଅଧିକାରିଣୀ ସବିତା କୁମାରୀ ନାୟକ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଜିଲ୍ଲାର ବିଭିନ୍ନ ପଞ୍ଜିକୃତ ଶ୍ରମିକ ଠିକାଦାର, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related posts

ଓଡ଼ିଶାରେ ଘନ କୁହୁଡ଼ି 

mahabharatanews

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews