ଓଡିଶାପର୍ବ ପର୍ବାଣି

ଆଜକୁ ଷଷ୍ଠ ଦିନରେ କଳିଙ୍ଗ ବାଲିଯାତ୍ରା

ପାରାଦୀପ : (ପ୍ରଶାନ୍ତ କୁମାର ସ୍ଵାଇଁ) ବିଜୁ ମୈଦାନ ରେ ହେଉଥିବା ଏହି କଳିଙ୍ଗ ବାଲିଯାତ୍ରା ଚଳିତ ବର୍ଷ ବେଶ୍ ଚିତାକର୍ଷକ ସାଜିଛି ଜ୍ଝ ବିଲମ୍ବିତ ରାତ୍ରି ପର‌୍ୟ୍ୟନ୍ତ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ ର ମଜା ନେଉଛନ୍ତି ଆଗନ୍ତୁକ । ପ୍ରବଳ ଗହଳି ଚହଳି ଏଥର ବାଲିଯାତ୍ରା ରେ ଦେଖିବାକୁ ମିଳିଥିଲା ବେଳେ ବ୍ୟବସାୟୀ ମାନେ ମଧ୍ୟ ବେଶ୍ ଖୁସ୍ । ମୀନା ବଜାର, ପଲ୍ଲୀଶ୍ରୀ ମେଳା , ଦୋଳି ଖେଳ ଓ ହସ୍ତତନ୍ତ ର ଷ୍ଟଲ୍ ରେ ଲୋକଙ୍କ ନାହିଁନଥିବା ଭିଡ । ବାଲିଯାତ୍ରା ଦେଖିବା ପାଇଁ କାହିଁ କେତେ ଦୂର ରୁ ଲୋକ ମାନେ ଛୁଟି ଆସୁଛନ୍ତି ପାରାଦୀପ୍ ବିଜୁ ମୈଦାନକୁ । ଠୁଙ୍କା ପୁରୀ ଆଉ ଚାଟ ଚଟପଟି ର ମଜା ନେବା ସହ ଲୋକମାନେ ସହଜରେ ଘରକରଣା ଜିନିଷ ମଧ୍ୟ କିଣି ପାରୁଛନ୍ତି ଏହି ଯାତ୍ରା ରୁ । ଆସନ୍ତା ୧୪ ତାରିଖ ପର‌୍ୟ୍ୟନ୍ତ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ଆଗକୁ ଆହୁରି ଭିଡ ଜମିବ ବୋଲି ଆଶା ରଖିଛନ୍ତି ଆୟୋଜକ ।

Related posts

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତ୍ରିରଙ୍ଗା ପଦଯାତ୍ରା

mahabharatanews

ଟ୍ରକ୍କୁ ଧକ୍କା ଦେଲା ବୋଲେରୋ, ଦୁଇ ମୃତ ୭ ଗୁରୁତର

mahabharatanews

୨ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews