ଓଡିଶା

ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁରର ଏକ କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କୋରେଇ ଥାନା ଧନେଶ୍ୱର ଛକରେ ନିକଟରେ ଥିବା କବାଡି ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ଅଗ୍ନିଶମ ବାହିନୀର ୨ଟି ଟିମ୍‌ ପହଞ୍ଚି ନିଆଁ ଲିଭାଉଛନ୍ତି । ନିଆଁ ଲିଭାଇବା ବେଳେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇଛନ୍ତି । କେମିତି ନିଆଁ ଲାଗିଲା କାରଣ ଜଣା ପଡିନି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Related posts

ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ 

mahabharatanews

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

mahabharatanews

ଅମ୍ଫାନ ସାଇକ୍ଲୋନ ପ୍ରଭାବରେ ଢେଙ୍କାନାଳ ଜିଲ୍ଲାର ଜାରି ରହିଛି ବର୍ଷା

mahabharatanews