ଓଡିଶା

ବାଲି ବ୍ୟବସାୟୀ ଏବଂ ନିଲାମଧାରୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ

(ଅଜିତ ସାହୁ/ଜଳେଶ୍ୱର): ବିଳମ୍ବରେ ଜଳେଶ୍ବର ଅଞ୍ଚଳର ବାଲି ବ୍ୟବସାୟୀ ଓ ନିଲାମ ଧାରୀ ମାନେ ଏକଜୁଟ ହୋଇ
ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନର ବୈମତୃକ ମନୋଭାବକୁ ବିରୋଧ , ସ୍ଵର ଉତ୍ତଲୋନ କରି ଏକ ସାତ ଦଫା ସମ୍ବଳିତ ଦାବି ପତ୍ର ପ୍ରଶାସନ ନିକଟରେ ରଖିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଉତ୍ତର ବାଲେଶ୍ୱରରେ ମୋଟ ୩୫ଟି ବାଲି ସୌରାତ ଥିଲା ବେଳେ, ସେଗୁଡିକୁ ନିଲାମ ଧାରୀମାନେ ସରକାରଙ୍କୁ ନିର୍ଦ୍ଧାରିତ ମୂଲ୍ୟ ପୈଠ କରି ନିଲାମ ନେଇଥାନ୍ତି। ତେବେ ସରକାର ଓ ପ୍ରଶାଶନର ଉଦାସୀନତା ପାଇଁ ସେମାନେ ବହୁ ଅସୁବିଧା ସହ କ୍ଷତି ଗ୍ରସ୍ତ ହେଉଛନ୍ତି।ସରକାର ଉଚିତ ସମୟରେ ଆଵଶ୍ୟକତା ଅନୁଯାୟୀ ଟ୍ରାନଜିଟି ପାସ ପ୍ରଦାନ କରିବା, ଟ୍ରାନଜିଟି ପାସ ଥାଇ ମଧ୍ୟ ଖାଦାନ ମାଲିକ ଓ ଗାଡି ମାଲିକ ଉପରେ ମିଥ୍ୟା କେଶ ରୁଜୁ ନକରିବା, ବାଲି ସୌରାତ ଅଞ୍ଚଳରେ ଅସାମାଜିକ ଲୋକ ମାନଙ୍କର ମାତ୍ରା ଧିକ ଦୌରାତ୍ମକୁ ଲଗାମ ଲଗାଇବା, ବେଆଇନ ଚାନ୍ଦା ଉଠାଇବା ବନ୍ଦ କରିବା, ପ୍ରଶାସନ ପାଖରେ ଖବର ଥାଇବି ପ୍ରଶାସନ ଚୁପ ରହିବା,ପ୍ରସାଶନର ମାତ୍ରାଧିକ ଜୋରିମାନା ଆଦାୟକୁ ବିରୋଦ୍ଧ କରିବା ଭଳି ଦାବିଗୁଡିକ ପ୍ରତି ଯଦି ପ୍ରଶାଶନ କୌଣସି ଦୃଷ୍ଟି ନଦିଅନ୍ତି ,ତେବେ ସମସ୍ତ ବାଲିଖାଦାନ ଅନିର୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ରହିବା ସହିତ,ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ  । ଏହାଛଡା ଧାର୍ୟ୍ୟ ମୂଲ୍ୟରେ ସରକାରଙ୍କ ଠାରୁ ଖାଦାନ ନିଲାମ ନେଇ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଅଯଥା ବାଲି ମାଫିଆ ଆଖ୍ୟା ସବୁଠାରୁ ଦୁଃଖ ଓ ପରିତାପର ବିଷୟ ବୋଲି ଉଲ୍ଲେଖ କରିଥିଲେ ।

Related posts

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

mahabharatanews

ଗୋଷ୍ଠୀ ସଂଘର୍ଷ ନ ହେବା ପାଇଁ ୧୪୪ ଧାରା

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟର ୧୨୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews