ଓଡିଶାରାଜନୀତି

ଚାଷୀ ଓ ଚାଷକୁ ହତ୍ୟା କରୁଛି ରାଜ୍ୟ ସରକାର ; ବିଜେପି

ଭୁବନେଶ୍ୱର : ରାଜ୍ୟ ପଦାଧିକାରୀ ବୈଠକରେ ଜି -20ରେ ଭାରତର ସ୍ଥିତି ଏବଂ ସଙ୍ଗଠନକୁ ନେଇ ଆଲୋଚନା । ଦଳକୁ ତୃଣମୂଳ ସ୍ତରରେ ଆହୁରି ଶକ୍ତିଶାଳୀ କରିବା, ଲୋକଙ୍କ ସହ ଦଳକୁ କନେକ୍ଟ କରି ରଖିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ରାଜ୍ୟରେ ଚାଲିଥିବା ଜନ ବିରୋଧୀ ସରକାର ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବ ।

– ଚାଷୀ ଓ ଚାଷକୁ ହତ୍ୟା କରୁଛି ରାଜ୍ୟ ସରକାର
– ପଞ୍ଚାୟତରାଜ ବ୍ୟବସ୍ଥାକୁ ରାଜନୈତିକ କବଳିତ କରୁଛି ବିଜେଡ଼ି ସରକାର ।
– ଓଡିଶାର ବିଜୁଳି ଉପଭୋକ୍ତାଙ୍କୁ ଓଇଆରସି ଏବଂ ରାଜ୍ୟ ସରକାର ଅବହେଳା କରୁଛନ୍ତି ।
– ଓଡିଶାର ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ଅକ୍ଷମ ରାଜ୍ୟ ସରକାର ।

ଏ ସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ସାରା ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ମୁଖ୍ୟତଃ ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ କରିବା ସହ କ୍ରମାଗତ ଭାବେ ଆନ୍ଦୋଳନ କରିବ ଦଳ । ବିଜେପି ଏହି ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଠାରୁ ପ୍ରକ୍ରିୟା ଆରମ୍ଭ ହେବ । ପଦ୍ମପୁର ଓ ଧାମନଗର ଉପନିର୍ବାଚନ ଫଳାଫଳର ସମୀକ୍ଷା ହୋଇଛି । ମନମୋହନ ସାମଲ ଧାମନଗର ଓ ଜୟ ନାରାୟଣ ମିଶ୍ର ପଦ୍ମପୁର ଉପରେ ରିପୋର୍ଟ ଦେଇଛନ୍ତି । ଯାହା ଦୋଷ ଦୁର୍ବଳତା ରହିଛି ସେଗୁଡିକରେ ସୁଧାର ଅଣାଯିବ ।

Related posts

କୋଇଲା ବୋଝେଇ ଟ୍ରେନରେ ନିଆଁ

mahabharatanews

କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ; ସତର୍କ ଜାରି 

mahabharatanews

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews