ଓଡିଶା

ପିସି ନଦେଲେ ମୁନ୍ସୀପାଲିଟିରେ ହେଉନି କାମ

ମାଲକାନଗିରି : ପିସି କାରବାର ଯୋଗୁଁ ମାଲକାନଗିରି ମୁନିସିପାଲିଟି ବନ୍ଦ ହେବାକୁ ବସିଲାଣି , ଆଉ ଏମିତି ଦୁର୍ନୀତି ଚାଲିଛି ଯେ ପିସି ନଦେଲେ ଫାଇଲ ଆଗକୁ ମଧ୍ୟ ବଢୁନାହିଁ, ଏଭଳି କିଛି ସଙ୍ଗୀନ ଅଭିଯୋଗ ନେଇ ଆଜି ମାଲକାନଗିରି ମୁନିସିପାଲିଟି କାର୍ୟ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା କଂଗ୍ରେସ ଶତାଧିକ କର୍ମୀ । ମୁନିସିପାଲିଟି ରେ ମୁକ୍ତା ଯୋଜନା ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ କାମ ରେ ବ୍ୟାପକ ଦୁର୍ନୀତି ହେଉଥିବା ଚିତ୍ର ସାମ୍ନା କୁ ଆସିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ୮-ନମ୍ବର ୱାର୍ଡ ଠାରେ ନିର୍ମିତ ହେଉଥିବା ରାସ୍ତା । ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହେଇଥିବା ବେଳେ ୪୧୯ ମିଟର ଫେବର ବ୍ଲକ ଦ୍ୱାରା ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । କିନ୍ତୁ ମାତ୍ର ୧୬୮ ମିଟର ରାସ୍ତା ନିର୍ମାଣ କରି ବାକି ୨୫୮ ମିଟର ରାସ୍ତା କରାଯାଉନାହିଁ । ଏବଂ ନିମ୍ନ ମାନର ଫେବର ବ୍ଲକ ପାଇଁ ଯେଉଁ ୧୬୮ ରାସ୍ତା ନିର୍ମାଣ ହୋଇଛି ତାହା ମଧ୍ୟ ନଷ୍ଟ ହୋଇଗଲାଣି । ଯାହାକୁ ନେଇ କଂଗ୍ରେସ ପୌର ପରିଷଦ କାର୍ୟ୍ୟାଳୟ ରେ ହୋ ହାଲ୍ଲା କରିଛନ୍ତି ।

Related posts

ପିସିସି ସଭାପତି ଦୌଡ଼ରେ ୫ ହେଭିୱେଟଙ୍କ ନାଁ

mahabharatanews

ଜିଲ୍ଲାପାଳଙ୍କ ସରପ୍ରାଇଜ୍ ଭିଜିଟ୍

mahabharatanews

ବାଲୁକା କଳାରେ କରୋନ। ସଚେତନତା

mahabharatanews