ଭାରତ

ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍

ଗାନ୍ଧୀନଗର : ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ୍ । ହୀରାବେନଙ୍କ ଅନ୍ତିମ ସତ୍କାର ଗାନ୍ଧିନଗର ଶ୍ମଶାନରେ ସମ୍ପନ୍ନ ହୋଇଛି | ହିନ୍ଦୁ ରୀତିନୀତି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭାଇ ପଙ୍କଜ ମୋଦି ପ୍ରଥମେ ମୁଖାଗ୍ନି ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମା’ଙ୍କୁ ବିଦାୟ ଜଣାଇଛନ୍ତି । ମା’ଙ୍କ କୋକେଇକୁ କାନ୍ଧ ଦେଇଥିଲେ ମୋଦି । ଏହି ସମୟରେ ଗାନ୍ଧିନଗରକୁ ପହଞ୍ଚିଛନ୍ତି ଶହ ଶହ ଲୋକ । ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ।

ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ ହୋଇଛି । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ହୀରାବେନ । ମା’ଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏକ କୋହଭରା ଟ୍ୱିଟ୍‌ରେ ମୋଦି ଲେଖିଛନ୍ତି ଭଗବାନଙ୍କ ପାଦରେ ଏକ ଗୌରବମୟ ଶତାବ୍ଦୀର ଅନ୍ତ ହୋଇଛି। ମା’ ଜଣେ ନିସ୍ୱାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦି ଲେଖିଛନ୍ତି। ମାଙ୍କ ଦେହାନ୍ତ ପରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି |

Related posts

ଟିଏମସିରୁ ଲଢ଼ିବେ ରଚନା ବାନାର୍ଜୀ

mahabharatanews

ଏକ ବାଣ ଦେକାନରେ ନିଆଁ ଲାଗି ୬ ମୃତ

mahabharatanews

ଆଜି ଭାରତୀୟ ନୌସେନା ଦିବସ

mahabharatanews