ଓଡିଶା

ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି

ନବରଙ୍ଗପୁର: ବହିଷ୍କୃତ ହେଲେ ୨୪ ଶିକ୍ଷକ | ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭି‌ଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରନ୍ତି। ୨୦୧୦ରୁ ଚାକିରି ପାଇଥିବା ୨୪ ଶିକ୍ଷକ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହି ଆସିଥିଲେ ।

ବିନା କାରଣ ଓ ବିନା ଛୁଟି ଦରଖାସ୍ତରେ ଏତେ ଦିନ ଧରି ସେମାନେ କାହିଁକି କାର୍ଯ୍ୟରେ ଯୋଗ ଦେଉ ନଥିଲେ, ସେନେଇ ଖୋଳତାଡ଼ ହୋଇଥିଲା। ଏହାପରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତଦନ୍ତ ପରେ ଜିଲ୍ଲାରେ ୩୧ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତର କାରଣ ଦର୍ଶାଇଥିବା ବେଳେ ୨୪ ଶିକ୍ଷକ କୌଣସି ଯବାବ ଦେଇନଥିଲେ । କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ ଜଣେ ଶିକ୍ଷକ ଚାକିରି ଛାଡି ଦେଇଥିବା ଜଣାପଡିଛି ।

Related posts

ଆସନ୍ତାକାଲିଠୁ ଶୀତ ଅଧିବେଶନ

mahabharatanews

ମହିଳା ହକି ଖେଳାଳିଙ୍କୁ କାର ଉପହାର

mahabharatanews

ହଜରତ୍ ସୟଦ୍ ଆହେମ୍ମଦ୍ ସହିଦ୍ ରହେମ୍ ତୁଲା ଆଲେହେ ପୀର ବାବାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

mahabharatanews