ଓଡିଶା

ବିଶିଷ୍ଟ ସାହିତ୍ୟ ସାଧକ କବି ତୁଳସୀ ଦାସଙ୍କୁ ଶୁଶ୍ରୀ ଶୁଭଶ୍ରୀ ସମ୍ମାନରେ ସମ୍ମାନିତ

ଜଗତସିଂହପୁର/ ଦିଲ୍ଲିପ ସାହୁ  : ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଶୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଶାଗବାରିଆ,ତିରଣର ପଞ୍ଚଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଶାଗବାରିଆସ୍ଥିତ ଉତ୍କଳ ବିପ୍ପନ ସହାୟତା ସମିତି ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ଓଡିଶାର କୋଣଅନୁକୋଣରୁ ସାହିତ୍ୟିକ, ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।ତିନୋଟି ଅଧିବେଶନରେ ଆୟୋଜିତ ଏହି ସମାରୋହରେ କବିତା ପାଠ,ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ଗ୍ରାମାଞ୍ଚଳରେ ସାହିତ୍ୟ ସମ୍ପର୍କିତ ଆଲୋଚନା ଚକ୍ର,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ସାହିତ୍ୟ ସାଧକ କବି ତୁଳସୀ ଦାସଙ୍କୁ ଶୁଶ୍ରୀ ଶୁଭଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।ଇସ୍ତ୍ରୋର ବିଶିଷ୍ଟ ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ,ପ୍ରବଚକ ରବିନାରାୟଣ ତ୍ରିପାଠୀ,ଶିକ୍ଷାବିତ ନିମାଇଁ ଚରଣ ମଲ୍ଲିକ, ସୁଭାଷ ଚନ୍ଦ୍ର ରାଉତ, ଧିରଜ ଚଢା ପ୍ରମୂଖ ବିଶିଷ୍ଟ ଅତିଥି ଭାବେ ଯୋଗଦେବା ସହ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।ବିଶିଷ୍ଟ ପ୍ରତିଭାଧର ବ୍ୟକ୍ତିମାନଙ୍କ ସହ ସ୍ୱରଚିତ କବିତା ପାଠ କରିଥିବା କବି-କବୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଶୁଶ୍ରୀ ଶୁଭଶ୍ରୀ ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା।ଶୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ସମ୍ପାଦିକା ସୁଲେଖିକା ବସନ୍ତ ମଞ୍ଜରୀ ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରେମଚରଣ ରାଉତ, ସଞ୍ଚାଳକ ଇଞ୍ଜିନିୟର ବିଧାନ ଚନ୍ଦ୍ର ରାଉତରାୟ, କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁ ଚରଣ ଦେବତାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବାର୍ଷିକୋତ୍ସବର ସଫଳତାରେ ସହଭାଗୀତା ଦେଇଥିଲେ।ଏଥିରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ସମସ୍ତେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

Related posts

ବଜ୍ରକୋଟ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କୁନି ବୈଜ୍ଞାନିକ ମେଳା

mahabharatanews

୨୦ ଫୁଟ ତଳକୁ ଖସିଲା ପିକ ଅପ ଭ୍ୟାନ: ୫ ଆହତ

mahabharatanews

୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ

mahabharatanews