ଓଡିଶା

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

ବାଲେଶ୍ୱର : ଗାଁ କଙ୍ଗାରୁ କୋର୍ଟରେ ଶିକାର ହୋଇ ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ବସ୍ତା ବ୍ଲକ ମନ୍ତାପାଳ ଗ୍ରାମର ଗୋଟିଏ ପରିବାର। ଆଭିଯୋଗ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ମନ୍ତାପାଳ ଗ୍ରାମର କମଳ ଲୋଚନ ସାମନ୍ତଙ୍କ ପୁଅ ଶାନ୍ତନୁ ମଧ୍ୟପ୍ରଦେଶର ମାଇନିଂ ଇଞ୍ଜିନିୟର ଭାବେ କାର୍ୟ୍ୟ କରନ୍ତି । ଶାନ୍ତନୁ ୨୦୨୦ ମସିହା ଜୁଲାଇ ମାସ କରୋନା ମହାମାରୀ ସମୟରେ ସରକାରଙ୍କ ସାମାଜିକ ବାସନ୍ଦ ସମୟରେ ସରକାରଙ୍କ ଗାଇଡ ଲାଇନ ମାନି ନିଜ ଖର୍ଚ୍ଚରେ ମଧ୍ୟ ପ୍ରଦେଶରୁ ନିଜ ପୈତୃକ ଗାଁକୁ ଆସିଥିଲେ । ସେ ସମୟରେ ସ୍ଥାନୀୟ ବିଡ଼ିଓଙ୍କୁ ଅବଗତ କରି, ତାଙ୍କ ଗାଇଡ ଲାଇନ ମାନି ନିଜ ଘରେ ହୋମ କ୍ୱାରେନଣ୍ଟାଇନରେ ରହିଥିଲେ । ମାତ୍ର ଗାଁର କିଛି ନେତୃ ସ୍ଥାନୀୟ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି । ଏମିତିକି ଗାଁ ବୈଠକକୁ ଡାକି ଅପମାନ ଦେଇ ବାହାର କରିଦେଇଥିଲେ। ତେବେ ସରକାର କରୋନା କଟକଣା ପ୍ରତ୍ୟାହାର କରିଛନ୍ତି। କରୋନା କଟକଣା ପ୍ରତ୍ୟାହାରର ଦେଢ଼ ବର୍ଷ ପରେ ମଧ୍ୟ ଏହି ପରିବାର ସମାଜିକ ବାସନ୍ଦରୁ ମୁକ୍ତି ପାରି ନାହାନ୍ତି । ଏମିତିକି ଗାଁରେ ନିଆଁ, ପାଣି ବନ୍ଦ କରି ରଖିଛନ୍ତି ,ଏହା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । ଗାଁର କୈାଣସି ସୁବିଧା ସୁଯୋଗ ଏହି ପରିବାରକୁ ଦିଆ ଯାଉନାହିଁ । ଯିଏ ଏହି ପରିବାର ସହିତ ସମ୍ପର୍କ ରଖିବ ତାଙ୍କ ଉପରେ ଗାଁ ମାଲିକର ନାଲି ଆଖି ସହିତ, ମୋଟା ଅଙ୍କର ଯୋରିମାନା ତଣ୍ଡ ଗଣିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ଏହା ଫଳରେ ଗାଁ ଗ୍ରୋସରୀ ଦୋକାନୀ କିମ୍ବା ଧାନ ପେସା ମେମିନରେ ଧାନ ପେସିବା ପାଇଁ ଗଲେ ହଲ୍ ମାଲିକ ବା ଦୋକାନୀ ମନା କରୁଛନ୍ତି ବୋଲି କହିଛନ୍ତି । ଏହି ପରିବାର, ତେବେ ସରକାର ଓ ଆଇନ ବ୍ୟବସ୍ଥାରେ ଏଭଳି କଙ୍ଗାରୁ କୋର୍ଟ ଅବୈଧ ଓ ବେଆଇନ ବୋଲି ଘୋଷଣା କରିଥିଲେ। ଏହି ଗାଁ କମିଟି ସରକାରଙ୍କ ନିୟମ ଆଇନ କାନୁନ୍ କୁ ଖାତିର ନକରି ଏହି ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ଯାହା ପାଇଁ ଏହି ପରିବାର ଏବେ ନ୍ୟାୟ ପାଇଁ ମାନବାଧିକାର କମଶନର ନିକଟରେ ଦ୍ବାରସ୍ଥ ହୋଇଛନ୍ତି ।

Related posts

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ

mahabharatanews

ଆରପାରିରେ ପୂର୍ବତନ କୋକସରା ବିଧାୟିକା ରୋଶନି ସିଂଦେଓ

mahabharatanews

ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା

mahabharatanews