ଓଡିଶାବିଶେଷ

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

କଟକ/ଜ୍ୟୋସ୍ନା ରାଣୀ ସିଂହ : ନିଶ୍ଚିନ୍ତକୋଇଲି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମାହାଙ୍ଗା ବିଧାୟକ ଏକ ବାଇକ ରାଲିରେ କୁଳଗାଁଇଶାଳୋ ହନୁମାନ ଛକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଶିଳାନ୍ୟାସ କରିଥିଲେ । ପୂର୍ତ୍ତ ବିଭାଗ ପକ୍ଷରୁ ୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ଛାତ୍ରୀ ନିବାସ ଟି ୨ ମହଲା ବିଶିଷ୍ଟ ଏବଂ ୧୦୦ ଶର୍ୟ୍ୟା କ୍ଷମତା ଧାରଣ କରିବ। ୩୦ ଜୁନ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାକୁ ସମୟ ସୀମା ଧାର୍ୟ୍ୟ କରାଯାଇଛି। ସେହିଭଳି ମାନ୍ୟବର ବିଧାୟକ ଓରତି ପଞ୍ଚାୟତ ଖଣ୍ଡାୟତ ପଟିକିରା ଉଚ୍ଚ ବିଦ୍ୟାଳୟର ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ହଷ୍ଟେଲ ର ଶିଳାନ୍ୟାସ କରିଥିଲେ। ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୯୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଥିବା ଏହି ଗୃହ ଦୁଇ ମହଲା ବିଶିଷ୍ଟ ଏବଂ ୧୦୦ ବେଡ଼ ବିଶିଷ୍ଟ ଏହି ହଷ୍ଟେଲ ନିର୍ମାଣ ହେବ। ୬ ମାସ ମଧ୍ୟ ରେ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ସମୟ ସୀମା ଧାର୍ୟ୍ୟ କରାଯାଇଛି। ଲୁଣା ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ର ଶିକ୍ଷାର ବିକାଶ କ୍ଷେତ୍ର ରେ ଏହି ଦୁଇଟି ପ୍ରକଳ୍ପ ସହାୟକ ହେବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ସ୍ଥାନୀୟ ବିଧାୟକ ଶ୍ରୀ ଜେନା ।

Related posts

ମାଲକାନଗିରିରୁ ଉଡିବ ବିମାନ, ସରିଲା ଟ୍ରାଏଲ ରନ୍

mahabharatanews

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

mahabharatanews

କଲଭେଟ ଭିତରୁ ଉଦ୍ଧାର ହେଲା ଅଚିହ୍ନା ଅଜଣା ଯୁବକର ମୃତ ଦେହ

mahabharatanews