ଓଡିଶା

ଚର୍ଚ୍ଚାରେ ନବୀନଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଥିବା ଅଭିନେତା ରଣବୀର ସିଂହ

କଟକ : ବଲିଉଡର ପ୍ରଖ୍ୟାତ ଅଭିନେତା ରଣବୀର ସିଂହ ନବୀନ ପଟ୍ଟନାୟକଙ୍କୁ ପୁରା ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଏହି ଫଟୋ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛି। ବାରବାଟୀରେ ହେଉଥିବା ହକି ବିଶ୍ବକପ ଉଦଘାଟନୀ ସମାରୋହ ବେଳେ ନବୀନ ସେଠାରେ ଉପସ୍ଥିତ ଥିଲେ। ନବୀନଙ୍କୁ ଦେଖି ମେକଅପରେ ଥିବା ରଣବୀର ପୁରା ନଇଁପଡି ନତମସ୍ତକ ହୋଇପଡିଥିଲେ। ଏହାକୁ ଦେଖି ସେଠାରେ ଥିବା ଅନ୍ୟ ଅତିଥୀଗଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେଠାରେ ଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ରଣବୀରଙ୍କ ନବୀନଙ୍କ ପ୍ରତି ଥିବା ସ୍ନେହକୁ ସେମାନେ ବେଶ୍ ଅନୁଭବ କରିଥିଲେ। ସେତିକି ନୁହେଁ ନବୀନଙ୍କ ପଦକ୍ଷେପକୁ ରଣବୀର ମଧ୍ୟ ବେଶ ପ୍ରଶଂସା କରିଥିଲେ। ହକିର ପ୍ରସାର ପାଇଁ ନବୀନଙ୍କ ଭୂମିକାକୁ ସେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ |

Related posts

ଉତ୍କଳ ଦିବସରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ରେଡକ୍ରସ ଭବନ ଠାରେ ରକ୍ତଦାନ ଶିବିର ଆୟୋଜିତ

mahabharatanews

ବିଜେଡିରୁ ନିଲମ୍ବନ ପରେ ବଦଳିଲା ଦୁଇ ବିଧାୟକଙ୍କ ବିଧାନସଭାରେ ବସିବା ସିଟ

mahabharatanews

ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗଞ୍ଜାମରୁ ଉଠାଇ ଆଣିଲା କମିଶନରେଟ ପୋଲିସ

mahabharatanews